STORYMIRROR

Basanti Pattnaik

Inspirational Children

3  

Basanti Pattnaik

Inspirational Children

ତୁମପରି ଛୋଟ ପିଲାଟିଏ

ତୁମପରି ଛୋଟ ପିଲାଟିଏ

1 min
142

ତୁମ ପରି ଛୋଟ ପିଲାଟିଏ

ଖନେଇ ଖନେଇ କଥା କହେ

ନୂଆ ନୂଆ ହୋଇ ସ୍କୁଲ ଯାଉଛି

ଚୁପ୍ ଚାପ୍ ହୋଇ ବସି ରହୁଛି

ଦିଦି ପଚାରିଲେ କଥା କହୁଛି

ଗଳ ଗଳ ହୋଇ ପାଠ ପଢୁଛି

ସବୁ ଗୁରୁ ମା ଚକିତ ହେଲେ

ବଡ଼ ମଣିଷ ହେବୁ ବୋଲି କହିଲେ

ଡ‌ଉଲ ଡାଉଲ ସୁଠାମ ଚେହେରା

ସବୁରି ମନକୁ କିଣୁ ତ ଥିଲା

ସବୁ ପାଠରେ ପ୍ରଥମ ହେଲା

ସ୍କୁଲ ର ନାଁ କୁ ରୋଷଣୀ କଲା

ମନଟି ତାର ଉଡୁ ତ ଥିଲା

ନଭଶ୍ଚୁମ୍ଭୀ କୁ ଛୁଇଁ ବା ପ୍ରୟାସ ଥିଲା

ସବୁ ଭାଷାରେ ଅଗାଧ ଜ୍ଞାନ ଥିଲା

ସାରା ବିଶ୍ବକୁ ହଲା‌ଉ ଥିଲା

ବଡ଼ ହୋଇ ଦିନେ ନାଁ ଟି କଲା

ବିଦେଶୀ ମାଟିରେ ଭାଷଣ‌‌‌ ଦେଲା

ଅଗ୍ନି ବର୍ଷୀ ଭାଷଣରେ ସ୍ତମ୍ଭୀଭୂତ କଲା

ଆମ ଭାରତର ତ ନାଁ ରଖିଲା

ସ୍ବାମୀ ବିବେକାନନ୍ଦ ଋପେ ବିଖ୍ୟାତ ହେଲା

ପିଲାମାନେ କବିତା ରୁ କିଛି ଶିଖରେ ଭଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational