STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ତୁମପାଇଁ

ତୁମପାଇଁ

1 min
169

ତୁମପାଇଁ ପ୍ରଭୁ ଏ ମୋର ଜୀବନ ,

 ଦେଇଛ ଅନେକ ସୁଖ

ନଦେଇଛ ବୋଲି କହିବି କେମିତି ,

 ଦେଇଛ ବହୁତ ଦୁଃଖ


ମନର ସୋହାଗ ମନର ଆନନ୍ଦ ,

 ଛଡାଇ ନେଇଛ ହରି

ମୋ ମନର ଆଶା ମଉଳି ଯାଇଛି ,

 ତୁମକୁ ମୁଁ ଅନୁସରି


ଆଶାର ସଉଧ ଭାଙ୍ଗିରୁଜି ଯାଏ ,

 କହ କେଉଁ ବିଶ୍ବାସରେ

ଡାକିବି ତୁମକୁ, ମୋ ପ୍ରାଣ ଠାକୁର ,

 ମନକଥା ମନେ ମରେ


ସୁଖ,ସୋହାଗର ବିପୁଳ ସୈାଭାଗ୍ୟ

 ମହାବାହୁ ବା‌ହୁ ବିସ୍ତାରି

ନମାଗି ବିପୁଳ ବୈଭବ କିପାଇଁ

 ଦେଉଥିଲ ହସ୍ତ ବିସ୍ତାରି


କେତେଆଉ ଦୁଃଖ ଦେବ ରମା ପତି ,

 ତୁମ ପାଇଁ ଏ ହୃଦୟ-

ମନ୍ଦିର ମୁକୁଳା ପଡ଼ିଛି ସଦୟେ ,

 ଆସି ବିରାଜିତ ହୁଅ


Rate this content
Log in

Similar oriya poem from Abstract