STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ତୁମକୁଦେଖି ଇଛାହୁଏ

ତୁମକୁଦେଖି ଇଛାହୁଏ

1 min
13.9K


ହେ ମହାମାନବୀ,

ହେ ଦେବୀ,

ତୁମକୁ ଶତକୋଟି ପ୍ରଣାମ,

ଇଚ୍ଛା ହୁଏ ଜନମ ନିଅନ୍ତି

ଗରଭୁ ତୁମର,

ହୋଇ ତୁମ ସନ୍ତାନଟେ

ପୂରଣ କରନ୍ତି ସବୁ ଇଚ୍ଛାକୁ ତୁମର,

ହୋଇ ସୁଯୋଗ୍ୟ ଦାୟାଦର ଗର୍ବେ।

ଫେରାଇ ଆଣନ୍ତି ନିଶ୍ଚେ

ତୁମ ଅତୀତକୁ

ଦେଇ ମର୍ଯାଦା ମାଆର।

ହେ ମହୀୟସୀ ମାତୃଭୂମି

ଭାରତମାଆ...

ଦିଅ ମଥାରେ ମୋ ବିଜୟର ଟିକା,

ଲଲାଟରେ ଭରିଦିଅ

ବାତ୍ସଲ୍ୟ ଚୁମ୍ବନ,

ହସ୍ତେଦିଅ ବିଜୟର ତରବାରୀ,

ପଠାଇ ଦିଅ ଗୋ ମା

ରଣକ୍ଷେତ୍ରକୁ,

ରଣକରି ,ଉଦ୍ଧାର କରେ ମୁଁ ତବ

ହୃତଗୌରବକୁ।

ପୂଜା ପାଅ ସବୁଠାରେ

ଦେବୀ ତୁମେ

ମହୀୟସୀ ମା ରୂପେ।

ଯୁଗେଯୁଗେ ଜନ୍ମନିଏ

ତୁମରି ଗରଭେ

ଇଛା ମୋର କର ମା ପୂରଣ।

ହୋଇ ତୁମ ବୀର ସନ୍ତାନ,

ଯେମିତି ପୁନର୍ବାର ଜନ୍ମନେବି

ବିବେକାନନ୍ଦ ଅବା ଫକୀରମୋହନ

ସୁଭାଷ ଅବା ଗୋପବନ୍ଧୁ ରୂପେ।

ଏଇ ଇଚ୍ଛା କର ମାଆ ପୂରଣ।

ହେଉ ମୋ ଭାରତର ଯଶ ବର୍ଦ୍ଧନ,

ତୁମଭଳି ବୀରାନାରୀ ଗର୍ଭୁ ହୁଏ ମୁଁ

ବୀର ସନ୍ତାନ।


ଶିକ୍ଷୟତ୍ରୀ

ପ୍ରଣତି ମହାପାତ୍ର

ବାଲେଶ୍ୱର


Rate this content
Log in

Similar oriya poem from Inspirational