ତୁମକୁ ମୋର ହାଲୋ ହାଏ
ତୁମକୁ ମୋର ହାଲୋ ହାଏ
ହାଲୋ ହାଏ
ହାଲୋ ହାଏ
କରୁଛି ମୁଁ ବାଏ ବାଏ ।
ଆଲୋ ଗୋରୀ
ସୁକୁମାରୀ
ତୁମକୁ ମୁଁ ଭଲପାଏ l
ଯେତେବେଳେ
ଦେଖାହେଲେ
ଏକୁଟିଆ କଲେଜରେ ।
ମୋତେ ଦେଖି
ମାରି ଆଖି
ହସୁଥାଏ ଧୀରେ ଧୀରେ l
ତୋତେ ଚାହିଁ
ହସି ମୁହିଁ
ମନ ମୋର ଲାଖିଯାଏ ।
ପ୍ରତିଦିନ
ମୋର ମନ
ଛନ ଛନ ଖାଲି ହୁଏ ।
ସପନରେ
ମୋ ଆଖିରେ
ତୋର ଛବି ନାଚୁଥାଏ l
ତୁ ମୋହର
ମୁଁ ତୋହର
ହେବି ଚିର ଦିନ ଯାଏ ।