ତୁମେ
ତୁମେ
ତୁମେ କଣ ନିଜେ ସେହି ବିଶ୍ବକର୍ମା ?
ଗଢିଥିଲେ ଯିଏ କାଳିଆ ଦିଅଁଙ୍କୁ
ନୀଳାଚଳ ବାସୀ ଜଗତନାଥଙ୍କୁ
ଦାରୁ ଦେହେ ଭରି ଅସୀମ ମହିମା
ତୁମେ କଣ ନିଜେ ସେହି ବିଶ୍ବକର୍ମା ? ....
କେମିତି ଗଢିଲ ଏମିତି ମୂରତୀ
ଝରିପଡେ ଯହୁଁ ନିତି ଦିବ୍ୟ ଜ୍ୟୋତି
ସେ ଜ୍ୟୋତି ପରସେ ଚଉଦିଗ ହସେ
ଅପସରିଯାଏ ଉଆଁସ କାଳିମା
ତୁମେ କଣ ନିଜେ ସେହି ବିଶ୍ବକର୍ମା ? ....
ନିଜେତ ନିଜକୁ ଅଧାଗଢା କଲ
ରାଣୀ ଗୁଣ୍ଡିଚାଙ୍କୁ ମିଛେ କନ୍ଦାଇଲ
ଅଧାଗଢା ହୋଇ ମନ ନିଅ ମୋହି
ମହିମା ମୟହେ ନୀଳର ନୀଳିମା
ତୁମେ କଣ ନିଜେ ସେହି ବିଶ୍ବକର୍ମା ? ....
ନିଜକୁ ଏମିତି କେମିତିଯେ କଲ
ମୁହଁସାରା କଳା ବୋଳି ହୋଇଗଲ
ଚକାଚକା ଆଖି ଅଧା ଚାନ୍ଦ ଓଠ
ଅସୀମର ଚଉପାଶେ ଆଙ୍କି ସୀମା
ତୁମେ କଣ ନିଜେ ସେହି ବିଶ୍ବକର୍ମା ? ...
ଅଧାଗଢା ଓଠେ ଅଧାଅଧା ହସ
ପ୍ରାଣରେ ଭରଇ ଆନନ୍ଦ ଉଛ୍ବାସ
ସ୍ମରଣ ମାତରେ ବଢେ ମନ ବଳ
ତମସା ରେ ଭରେ ଅପୂର୍ବ ସୁଷମା
ତୁମେ କଣ ନିଜେ ସେହି ବିଶ୍ବକର୍ମା ? ....
.