STORYMIRROR

Chinmaya Kumar Nayak

Abstract Romance

4  

Chinmaya Kumar Nayak

Abstract Romance

ତୁମେ

ତୁମେ

1 min
168

ପ୍ରାଣ କାନ୍ଦେ

ତୁମ ପ୍ରତିଟି ଆଘାତରେ

ହେଲେ ମନ ଝୁରେ

ତୁମକୁ ଅନ୍ତରର ନିବିଡ଼ ଭାବନାରେ,

ଯଦି ତୃପ୍ତ ହୁଅ ତୁମେ

ମୋ ଅବ୍ୟକ୍ତ ଯନ୍ତ୍ରଣାରେ

ହସି ହସି ପିଇବି ମୁଁ

ଅଶ୍ରୁ ଯେତେ ନିଗିଡେ ଆଖିରୁ ।।


ତୁମକୁ ଖୁସି ରଖିବାର 

ସଂକଳ୍ପ ହୃଦୟେ ରଖି

ନିଜକୁ ନିଃଶେଷ କରିବାର

ଅଦମ୍ୟ ଆଗ୍ରହ ନେଇ

ତୁମ ସହ ଏଇ ଯେଉଁ 

ଅଦୃଶ୍ୟ ଲାଳସା,

ତୁମ ଖୁସିରେ ଖୁସି ଓ 

ଦୁଃଖରେ ଦୁଃଖୀ ହେବାର

ଏଇ ଯେଉଁ ଅନନ୍ତ ପିପାସା,

ପୂର୍ଣ୍ଣ ହୁଏ ଭଲ ପାଇବାର

ଶାଶ୍ବତ କବିତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract