STORYMIRROR

Gouri Panda

Romance

4  

Gouri Panda

Romance

ତୁମେ

ତୁମେ

1 min
252

ତୁମେ ଯଦି 

ଥାଆନ୍ତ ସାଥୀରେ 

ସଜାଇ ରଖନ୍ତି ତୁମକୁ

ସପନ ଦେଖନ୍ତି ନାହିଁ 

ଆସିଥାନ୍ତ ଖାଲି ବାସ୍ତବରେ। 


ତୁମେ ଯଦି 

ଥାଆନ୍ତ ସାଥୀରେ 

ବାସ୍ନାୟିତ ହୋଇଥାନ୍ତି 

ତୁମ ଶରୀର ସ୍ପର୍ଶରେ

ବ୍ୟାକୁଳିତ ହୁଅନ୍ତିନି ଆଉ

ଭରିଥାନ୍ତ ଅନୁଭବରେ। 


ତୁମେ ଯଦି 

ଥାଆନ୍ତ ସାଥୀରେ 

ପ୍ରତି ସକାଳ ଚାହା କପରେ 

ମଜା ନିଅନ୍ତି ଏକାନ୍ତରେ

ତୁମେ ଚାହା ପିଇଲା ପରେ

ସତରେ ଏହା ଘଟନ୍ତା କି 

ମୋର ଏ ଭାଗ୍ୟ ରେ। 


ତୁମେ ଯଦି

ଥାଆନ୍ତ ସାଥୀରେ 

କରିଥାନ୍ତି ତୁମକୁ ସ୍ପର୍ଶ 

ଗୁନ୍ଥି, ଗୁନ୍ଥି ତୁମର ସେ 

ସାର୍ଟ ବୋତାମରେ। 


ତୁମେ ଯଦି 

ଥାଆନ୍ତ ସାଥୀରେ 

କହିଥାନ୍ତି ଅନେକ କଥା

ମୁଣ୍ଡ ରଖି ତୁମରି କୋଳରେ

ଆଉ ମୃଦୁ ଚୁମ୍ବନରେ। 


ତୁମେ ଯଦି

ଥାଆନ୍ତ ସାଥୀରେ 

ଖୋଲିଥାନ୍ତି କବାକ୍ଷ ମୁଁ 

ତୁମ ଆଗମନ ରେ

ହାତକୁ ଦିଅନ୍ତି ବଢାଇ

ମୋ ସ୍ନେହ, ଚା କପରେ। 


ତୁମେ ଯଦି 

ଥାଆନ୍ତ ସାଥୀରେ 

ଫେରିଥାନ୍ତ କ୍ଲାନ୍ତ ଶରୀରରେ

କ୍ଲାନ୍ତି ଦୂର କରିଥାନ୍ତି 

ମୋ ମୃଦୁ ହାତ ସ୍ପର୍ଶରେ। 


ତୁମେ ଯଦି

ଥାଆନ୍ତ ସାଥୀରେ 

ଭରିଥାନ୍ତି ତୁମକୁ ମୁଁ 

ମୋ ବାହୁ ବନ୍ଧନରେ 

ଦିଅନ୍ତି ଅଜସ୍ର ଚୁମ୍ବନ 

ତୁମ ବକ୍ଷ, ବାହୁ, ଆଉ 

ଦୁଇ ଓଠ ଯୁଗଳରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance