STORYMIRROR

MADHU MITA

Abstract Others

3  

MADHU MITA

Abstract Others

ତୁମେ

ତୁମେ

1 min
11.5K

ତୁମେ ସତରେ ବହୁତ ସ୍ୱାର୍ଥପର..

ହୃଦୟହୀନ..ଦୟା ସ୍ନେହ କିଛି ନାହି ତୁମର...

ଅମାନିଆ ତୁମେ.. ଜିଦଖୋର ମଧ୍ୟ..

ତୁମକୁ କୁହ କିଏ କରିପାରେ ବାଧ୍ୟ!!


କେତେ ଯେ ମିନତି ନ କରିଛି..

ଆସିବା ପାଇଁ.. ଗୁହାରି କରିଛି..

ରାତି ରାତି ଜଗି.. ତୁମ ବାଟକୁ ଚାହିଁଛି..

କିନ୍ତୁ.. ମନ ଜାଣି କେବେ ଆସିନ.. ତା ବି ମୁଁ ଜାଣିଛି..


ଆଜି ଆସିଗଲ.. ନିଜ ଇଚ୍ଛା ନେଇ..

କାହିଁକି ପଚାରିବ.. ତୁମ ପ୍ରତୀକ୍ଷା ଅଛି କି ନାହିଁ..??

ସବୁବେଳେ ତ ସ୍ଵ ଇଚ୍ଛା ଚାଳିତ..

କାହା ସୁଖ ଦୁଃଖ ପାଇଁ ହୁଅ କି ତୁମେ ଚିନ୍ତିତ!!?


ବର୍ଷ ସାରା ତୁମ ବାଟ ଚାହିଁ.. କେତେ ଲୁହ ଶୁଖିଛି..

ତଥାପି ତୁମ ପାଷାଣ ହୃଦୟ..କେବେ କି କାନ୍ଦିଛି??

ଆଜି ଆସିଗଲ.. ଅମଳ ନଷ୍ଟ କରି ଦେବ..

ବର୍ଷ ସାରା ର ପରିଶ୍ରମ .. ହଁ.. ଭସାଇନେବ...


ଅଦିନ ତୁମ ଅତର୍କିତ ଆଗମନ.. 

ଅସମୟ ଅହେତୁକ ପଦାର୍ପଣ..

କେତେ କଷ୍ଟ ଦିଏ ଜାଣିଛ କି କୁହ.. 

ସଙ୍କଟେ କ୍ଷେପି ଧନ ଜୀବନ!!


ସମୟ ରେ ଆସିଲେ.. ଅର୍ଘ୍ୟ ଦେଇ ସ୍ବାଗତ କରନ୍ତି..

ହେ ଅଦିନିଆ ଆଗନ୍ତୁକ .. ତୁମ ଆଗମନ..ଦିଏ ଅଶାନ୍ତି..

ଚାଲିଯାଅ.. ସମୟରେ ଆସ.. ଆଉ ଦୁଃଖ ଦିଅନା..

ନିର୍ଦ୍ଧାରିତ ଋତୁ ଛଡା.. ଆଉ ଅଦିନ ଝଡ଼ ହୋଇ ବର୍ଷ ନା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract