ତୁମେ
ତୁମେ
ଦିନ ନାହିଁ ରାତି ନାହିଁ
ଆସଇ ମୋ ପାଶେ
ସିଏ କିଗୋ ତୁମେ??
ମେଘ ନାହିଁ ପବନ ନାହିଁ
ତଥାପି ଝୁରୁଛି ବର୍ଷା
ସିଏ କିଗୋ ତୁମେ??
ସ୍ୱପ୍ନ ନାହିଁ କାହାଣୀ ନାହିଁ
ତଥାପି ଭାବନା ସରୁନି
ସିଏ କିଗୋ ତୁମେ??
କୂଳ ନାହିଁ କିନାରା ନାହିଁ
ଉଛୁଳେ ଯମୁନା ନଈ
ସିଏ କିଗୋ ତୁମେ??
ଆକାଶ ନାହିଁ ବତାସ ନାହିଁ
ବହୁଛି ଶ୍ରାବଣୀ ଧାର
ସିଏ କିଗୋ ତୁମେ??
ଅନ୍ଧାର ନାହିଁ ଆଲୁଅ ନାହିଁ
ଝାପସା ଦିଶୁଛି ମୁହଁ
ସିଏ କିଗୋ ତୁମେ??
ସ୍ତୃତି ନାହିଁ ବିସ୍ମୃତି ନାହିଁ
ଘୋଟିଛି ନୀରବତା
ସିଏ କିଗୋ ତୁମେ?

