STORYMIRROR

Samar Ballav Bhoi

Romance

3  

Samar Ballav Bhoi

Romance

ତୁମେ

ତୁମେ

1 min
201


ଦିନ ନାହିଁ ରାତି ନାହିଁ

ଆସଇ ମୋ ପାଶେ

ସିଏ କିଗୋ ତୁମେ??


ମେଘ ନାହିଁ ପବନ ନାହିଁ

ତଥାପି ଝୁରୁଛି ବର୍ଷା

ସିଏ କିଗୋ ତୁମେ??


ସ୍ୱପ୍ନ ନାହିଁ କାହାଣୀ ନାହିଁ

ତଥାପି ଭାବନା ସରୁନି

ସିଏ କିଗୋ ତୁମେ??


କୂଳ ନାହିଁ କିନାରା ନାହିଁ

ଉଛୁଳେ ଯମୁନା ନଈ

ସିଏ କିଗୋ ତୁମେ??


ଆକାଶ ନାହିଁ ବତାସ ନାହିଁ

ବହୁଛି ଶ୍ରାବଣୀ ଧାର

ସିଏ କିଗୋ ତୁମେ??


ଅନ୍ଧାର ନାହିଁ ଆଲୁଅ ନାହିଁ

ଝାପସା ଦିଶୁଛି ମୁହଁ

ସିଏ କିଗୋ ତୁମେ??


ସ୍ତୃତି ନାହିଁ ବିସ୍ମୃତି ନାହିଁ

ଘୋଟିଛି ନୀରବତା

 ସିଏ କିଗୋ ତୁମେ?

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance