Hrushikesh Satpathy

Inspirational

4.0  

Hrushikesh Satpathy

Inspirational

ତୁମେ...

ତୁମେ...

1 min
11.6K


ତୁମେ...

ଅନନ୍ତ ଆକାଶର

ପରିବ୍ୟାପ୍ତ ନକ୍ଷତ୍ରମଣ୍ଡଳ !

ତୁମେ ପୁଣି...

ପ୍ରଶାନ୍ତ ସାଗରର

ପରିପ୍ଳୁତ ଜଳ,ଘନନୀଳ !!


ତୁମେ...

ଅତୀତ ଫର୍ଦ୍ଦର 

ବର୍ତ୍ତମାନ,ବର୍ତ୍ତମାନର

ଊର୍ଦ୍ଧ୍ଵ,ଅଧଃ,ଦଶଦିଗ...

ତୁମେ ପୁଣି...

ବର୍ତ୍ତମାନ ପୃଷ୍ଠାର

ଭବିଷ୍ୟତ ମାପକାଠି...

ସମୟ ଚକ୍ରର

ସମ୍ପୂର୍ଣ୍ଣ ବର୍ଣ୍ଣବୋଧ... !!


ତୁମେ ସଂକ୍ଷିପ୍ତ,

ତୁମେ ପୁଣି ବିକ୍ଷିପ୍ତ...

ଅନ୍ତରେ ଅନନ୍ତ,

ଅନନ୍ତରେ ଅନ୍ତ ତୁମେ... !

ଧୂଆଁଳିଆ ଗୋଧୂଳିରେ ତୁମେ,

ଉଷାର କଅଁଳ ଖରାରେ ବି ତୁମେ !!


ତୁମେ ଅପରିମିତ ପ୍ରାଚୀ,

ତୁମେ ପୁଣି ବିକ୍ଷିପ୍ତ ପଶ୍ଚିମ...

ମେରୁରେ ବି ତୁମେ,

ବିଷୁବ ବୃତ୍ତରେ ବି ତୁମେ....

ତୁମେ ତମସରେ 

ତମସାଚ୍ଛନ୍ନ ରଜନୀସାରିକା !

ପୁଣି ବୈଶାଖର

ରୁଦ୍ର ରୁଦ୍ଧିମନ୍ତ ଦ୍ବିପହରେ 

ସୌମ୍ୟ ଶୀତଳ ବୟନିକା !!


ତୁମେ ଜହ୍ନ,

ତୁମେ ପୁଣି ଜହ୍ନର ଜୋଛନା !

ମେଘ ମହ୍ଲାରରେ

ନୃତ୍ୟରତ ମୟୂର ଚନ୍ଦ୍ରିକା...

ତୁମେ ଜହର...

ତୁମେ ପୁଣି ପୀୟୂଷ ପାଖୁଡା !

ତୁମେ ସତ୍ୟ,

ତୁମେ ପୁଣି ଶିବ

ଆଉ, ତୁମେ ହିଁ ସୁନ୍ଦର... !!


ତୁମେ

ଅପଟାନ୍ତର ଆଦ୍ୟ...

ପୁଣି ତୁମେ

ଅବର୍ଣ୍ଣନୀୟ ପ୍ରାନ୍ତ..... !

ଜନ୍ମର ଜାତକ ତୁମେ...

ମୃତ୍ୟୁର ସନ୍ତକ ବି ତୁମେ... 

ରାଗ ରାଗିଣୀରେ ତୁମେ....

ପକ୍ଷୀର କାକଳିରେ ତୁମେ... !

ଫୁଲର ପାଖୁଡ଼ାରେ ତୁମେ...

ମୋତିର ଝଲକରେ ତୁମେ....

ଶୁଷ୍କ ମରୁରେ ତୁମେ

ସାଗରର ଗଭୀରତାରେ ବି ତୁମେ... !!


ତୁମେ

ଋତୁରେ ଋତୁରେ

କେବେ ଫଗୁଣର ଫୁଲ !

ପୁଣି କେବେ ଶ୍ରାବଣର

ଅସରା ବରଷାର କୋଳ !!


ତୁମେ ଅନନ୍ତ...

ତୁମେ ଅସୀମ ସଂକେତ...

ଦିକ୍-ବଳୟର

ସୀମାହୀନ ଦିଗନ୍ତ...

ସଂଘର୍ଷ ଓ ସଂଗ୍ରାମର

ଅସମ୍ଭବ, ଅସରା,ଅନନ୍ତ... !!


ତୁମେ ଅନନ୍ତଶୟନ,

ମୁଁ ଅନନ୍ୟଶରଣ.... !

ତୁମେ ଅନନ୍ୟସୁଲଭ,

ମୁଁ କିଞ୍ଚିତ ବିଭବ... !!

ତୁମେ ଆକାରରେ ନିରାକାର,

ନିରାକରଣର ଅଦମ୍ୟ ଉତ୍ସ... !!


ନାହିଁ କିଛି ମୋ' ପାଖରେ

ଅଛି ଖାଲି ଅହଂ,ଈର୍ଷା, ଆଉ

ସମ୍ପ୍ରସାରିତ ସ୍ୱାର୍ଥପରତା... !!

ଭକ୍ତି ନାମରେ ସଂକୀର୍ଣ୍ଣତା...

ଭାବ ନାମରେ ତିକ୍ତତା...

ତ୍ୟାଗ ନାମରେ ଅସହିଷ୍ଣୁତା... !!

ଅର୍ପଣ କରୁଛି ସବୁତକ ଅହଂକାର

ପ୍ରତିବଦଳରେ ଚାହେଁ

ମାନବର ମାନବୀୟ ସଂସ୍କାର... 

ଅପସଂସ୍କାରର ସଂହାର ।

ଏଇୟା ହିଁ ମୋର

ଆନ୍ତରିକତାର ତାତ୍ତ୍ଵିକ

ଉପସଂହାର !!!


Rate this content
Log in

Similar oriya poem from Inspirational