ତୁମେ
ତୁମେ
ପ୍ରଭାତ ସୂରୁଜରେ ତୁମେ
ନିଶୀଥ ଚନ୍ଦ୍ରମାରେ ତୁମେ
ସାଗର ସଲୀଳରେ ତୁମେ
ଶଇଳ ଶିଖରରେ ତୁମେ
ରାଧାର ନୟନରେ ତୁମେ
ମୀରାର ଲୋତକରେ ତୁମେ
ସୁଦାମା ହୃଦୟରେ ତୁମେ
ବିଦୁର ଆବେଗରେ ତୁମେ
ଫୁଲର ସୁରଭିରେ ତୁମେ
ପକ୍ଷୀର କାକଳିରେ ତୁମେ
ତୁମେ ଛନ୍ଦମୟ,ତୁମେ ଗନ୍ଧମୟ
ତୁମ ପାଇଁ ପରା ବିଶ୍ୱ ଭାବମୟ !
