STORYMIRROR

Anam Charan Sahoo

Romance

2  

Anam Charan Sahoo

Romance

ତୁମେ

ତୁମେ

1 min
2.8K

ହେମ ହରିଣୀ ନୟନେ ତବ

ଦେଖି ମୋ ପ୍ରତିଛବି

ସଞ୍ଜ ସକାଳେ ଖିଆଲି ମନେ

ଦିବସ ବିତେ ଭାବି।

ନୀଳ ସାଗର ସମ ଗଭୀର

ଚୋରା ଚାହାଣି ତୁମ

ନକହି ସିଏ କହି ଦିଅଇ

ତୁମର ମୋର ପ୍ରେମ।

ଗଜ ଗମନୀ ତୁମରି ଚାଲି

ପଲକ ପଡ଼େ ନାହିଁ

ନ ଦେଖା ହେଲେ ତୁମରି ସାଥେ

ପଥ ମୁଁ ଥାଏ ଚାହିଁ।

ଜହ୍ନବି ଦେଖି ଲାଜେଇ ଯାଏ

ତୁମରି ଚାନ୍ଦ ମୁଖ

ହୃଦୟେ ମୋର କରିଲ ଘର

ଦେଇ ଅପାର ସୁଖ।

କୋଇଲି ସମ ମଧୁର ସ୍ବର

ତୃପତି ଭରେ ମନେ

ମନ ମୋ ବୋଲ ନ ମାନେ ଜମା

ଦେଖା ନମିଳେ ଦିନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance