Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Romance

4  

SUJATA DAS

Romance

ତୁମେ

ତୁମେ

1 min
406



ତୁମେ ସଙ୍ଗୀତର

   ମଧୁର ମହ୍ଲାର

     ମୁଁ ବେସୁରା ରାଗିଣୀଟିଏ, 

ତୁମେ ଶ୍ରାବଣର

   ସିକ୍ତ ଝରଣାଟେ

     ମୁଁ ଶୁଷ୍କ ବେଳାଭୂମିଟିଏ l

ତୁମେ ବସନ୍ତର

   ବାସ୍ନାଭରା ବାଆ

      ମୁଁ ରଙ୍ଗହୀନ ଛବିଟିଏ, 

ତୁମେ ପୂର୍ଣ୍ଣମୀର

   ରୂପ ଭରା ଚାନ୍ଦ

      ମୁଁ ଅଭିଶପ୍ତ ତାରାଟିଏ l

ତୁମେ ତନ୍ଦ୍ରା ଭରା

   ରାତିର ସପନ

     ମୁଁ ମରୁ ଯାଯାବର ଟିଏ

ତୁମେ ପ୍ରଭାତର

   ସୁନେଲି କିରଣ

     ମୁଁ ଉଆଁସୀ ଅମାଶ୍ୟା ଟିଏ ।

ତୁମେ ରଙ୍ଗଭରା

   ଫୁଲର ପସରା

      ମୁଁ ବୃନ୍ତହୀନ କଢିଟିଏ, 

ତୁମେ ଫଗୁଣର

   ମହୁଆ ବଉଳ

     ମୁଁ ବାସ୍ନାହୀନ ରୁତୁଟିଏ ।।


Rate this content
Log in

Similar oriya poem from Romance