STORYMIRROR

RAJENDRA DASH

Tragedy

2  

RAJENDRA DASH

Tragedy

ତୁମେ

ତୁମେ

1 min
136

ତୁମେ ମୋ ଜୀବନର ଅକୁହା କଥା


ଛାଡି ଯାଇଥିବା ଅତୀତର ଦାଗ ତୁମେ

ଭୁଲି ଯାଇଥିବା ସଂଗୀତର ରାଗ ତୁମେ


ଆଜି କାହିଁ ତୁମ ଆବେଗ ର ସ୍ପର୍ଶ


ବଢାଏ ମୋ ସ୍ଵରର ଆତୁରତା


କେବେ ତୁମ ପାଇଁ ବହିଥିଲା ମନ୍ଦମଳୟ

କେବେ ତୁମେ ହିଁ ଭେଦି ଥିଲ ମୋ ମନ ବଳୟ


କେବେ ଅକସ୍ମାତ୍ ବି ହେଲ ଅଦୃଶ୍ୟ


ନ ବୁଝି ମୋ ମନ ବ୍ୟାକୁଳତା


ଯାଇଥିଲ ତ କାହିଁ ଫେରିଲ ପୁଣି

ଜଳାଇଲ କାହିଁ ହୃଦୟେ ବହ୍ନି


ନା ପାଣି ଢାଳି ହୁଏ ନା ଘିଅ ଢାଳି ହୁଏ


ନା ସହି ହୁଏ ସେ ଅଗ୍ନିର ଉଷ୍ଣତା


ସହିବା ଆଗରୁ ସେ ହୃଦୟ ବିଛେଦ

ଟାଣିଦେଉଛି ଆଜି ମୁଁ ପୂର୍ଣ୍ଣଛେଦ


କେବେ ତୁମ ପାଇଁ କାନ୍ଦିଥିଲା ମୋ କଲମର କାଳୀ


ଆଜି କାନ୍ଦୁଛି ମୋ ଶେଷ କବୀତା


ତୁମେ ମୋ ଜୀବନେ ଏକ ଅକୁହା କଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy