STORYMIRROR

ମହାଗାଲୁଆ ସନୁ

Romance Fantasy

3  

ମହାଗାଲୁଆ ସନୁ

Romance Fantasy

ତୁମେ

ତୁମେ

1 min
319

ଆଜି ବି ମନ ଆଇନାରେ ତୁମ ଛବି ଲିଭି ନାହିଁ,

ଯେବେ ମୁଁ ଆଇନା ଦେଖୁଛି ତୁମ ସ୍ମୃତି ଝରୁଛି,

ସତେକି ଯେମିତି ଆଇନା ମୋତେ ଖତେଇ ହେଇ କହୁଛି 

ତୁ କାହା ପାଇଁ ସଜେଇ ହଉଛୁ ।। 


ଯିଏ ଫେରିବାର ନାହିଁ , 

ଏ ଆଇନା ବି କେଡେ ଅସହାୟ 

ମୋ ପରି ମନର ମଣିଷକୁ ଟିକେ କୋଳେଇ ନେବା ପାଇଁ, 

ହେଲେ ଆଇନା କଁ ଜାଣିଛି ।। 


ମନ ଆଇନାରେ ସେଇ ଅଚିହ୍ନା ମୁହଁ ଲିଭି ନାହିଁ ,

ବୋଲ ମାନୁ ନାହିଁ ହୃଦୟର ସ୍ପନ୍ଦନ

ଅଧିର ଅସ୍ତିର ହୁଏ ମନ

ଦିବସେ ରଜନୀ ସେଇ ମୁହଁ କୁ ଖୋଜୁଛି ।। 


ପ୍ରଥମ ଦେଖା ସ୍ମୃତି ଲିଭୁ ନାହିଁ 

ବୋଧେ ଅଚିହ୍ନା ଝିଅଟି ହେବ ପ୍ରେମିକା

ସଜେଇ ଦେବ ମୋ ଜୀବନକୁ 

ହେଲେ ତା ଠିକଣା ତ କୋଉଠି ହଜିଛି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance