STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ତୁମେ

ତୁମେ

1 min
389


ତୁମେ ଚଞ୍ଚଳେ ଅଞ୍ଚଳ ଢାଙ୍କି ଦେଲ

ଉଙ୍କି ଦେଖୁଥିଲି ତୁମେ ହସି ଦେଲ।

ମୁଖ ଶଶି ଶୋଭା ଅତି ମନୋହର

ବସି ଦେଖୁଥିଲି ତୁମେ ହସି ଦେଲ।।


ତୁମ ନୟନର ଟଣା ଟଣା ଠାଣି

ଦୁଲୁକାଏ ଛାତି ମତି ନିଏ କିଣି।

କେତେ ଆତୁର ନୟନ ନିବେଦନ

ତୁମେ ଓଢ଼ଣା ଉହାଡୁ ପଢ଼ୁଥିଲ।

ବସି ଦେଖୁଥିଲି ତୁମେ ହସି ଦେଲ।।


ଝୀନ ପାଟ ନାଲି ତୁମ ଓଠ ନାଲି

ହସୁଥିଲ ତୁମେ ଓଠ ଅଧା ଖୋଲି।

କାଳେ ଜାଣି ଯିବି ତୁମ ମନ କଥା

ଦାନ୍ତ ତଳେ ଓଠ ଧରି ରହିଗଲ।

ବସି ଦେଖୁଥିଲି ତୁମେ ହସିଦେଲ ।।


ଏତେ ଦବାଅନା କୁନ୍ଦ ଦନ୍ତ ଧାରେ

ରକତ ରଙ୍ଗା ଅଧିର ଅଧର ରେ

କାଳେ କଟି ଯିବ ଝରିବ ରକତ

ଡରି ଭାବୁଥିଲି ତୁମେ ଲାଜେଇଲ ।

ବସି ଦେଖୁଥିଲି ତୁମେ ହସି ଦେଲ।।


ଚିତ୍ତ ଚିତ୍ରପଟେ ଆଙ୍କି ଚାରୁ ଚିତ୍ର

ଲେଖୁଥିଲି ମୁଦ୍ରା ମୋହିନୀ ବିଚିତ୍ର

ଅପଲକ ନେତ୍ର ସମ୍ମୋହନ ମୋହେ

ଦେଖି ନଦେଖିଲା ପରି ଚାଲିଗଲ ।

ବସି ଦେଖୁଥିଲି ତୁମେ ହସି ଦେଲ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance