STORYMIRROR

Kali Kumar

Abstract

2  

Kali Kumar

Abstract

ତୁମେ ଯେବେ.....

ତୁମେ ଯେବେ.....

1 min
89

'ତୁମେ' ଯେବେ ମତେ  'ତୁମ' ଲେଖନୀରେ

    'ତୁମେ' ବୋଲି ଲେଖିଥିଲ,

ସାରା ଜୀବନଟା     'ତୁମ' ମୟ ହେଲା

    'ତୁମେ' 'ତୁମେ' ରେ ରହିଲ


ଲେଖନୀ ମୁନରେ  କାଗଜ ବକ୍ଷରେ

    'ତୁମେ' ଯେବେ ଲେଖି ଦେଲ,

କାଗଜ ଫର୍ଦ୍ଦଟା   ଫରଫର ହୋଇ

    'ତୁମ'କୁ କରିଲେ ଗେଲ


କାଳିର ଧାରାରେ    କାଗଜ ଉପରେ

    'ତୁମେ' ଯେବେ ଲେଖି ଦେଲ

 ସେ 'ତୁମେ' ଗୋଟିକ   ତୁମରି ସ୍ପର୍ଶରେ 

     ହୋଇଲା ଅମୂଲ ମୂଲ


ତୁମେ ଯେବେ ଯେବେ  'ତୁମେ' ବୋଲି ଡାକ

     ପ୍ରେମ ପୀୟୂଷ ଝରିଲା,

ତୁମରି 'ତୁମେ'ରେ   ଶୁଷ୍କ ହୃଦୟରେ 

    ପ୍ରେମର ଫଲ୍ଗୁ ବୋହିଲା


ତୁମରି ସ୍ମୃତିରେ    ତୁମରି 'ତୁମେ'କୁ

    ସାଇତି ରଖିଛି ଆଜି,

ଦୁନିଆ ଆଗରେ  ବଞ୍ଚି ଆସୁଛି ମୁଁ

    ପ୍ରେମିକ ପାଗଳ ସାଜି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract