STORYMIRROR

Tankadhar Majhi

Abstract

2  

Tankadhar Majhi

Abstract

ତୁମେ ଠିକ୍ ଡିସେମ୍ବରର ଏକ ରାତି

ତୁମେ ଠିକ୍ ଡିସେମ୍ବରର ଏକ ରାତି

1 min
412

ଶୁନଶାନ ରାତିର ଅର୍ଧନିଦ୍ରାରେ 

କାଚର ସ୍ବପ୍ନକୁ ଜାକିଜୁକି ଭାଙ୍ଗିଦିଏ

ଆରାମ ଶଯ୍ୟାର ଉଷ୍ମ କମ୍ବଳ ଭିତରେ 


କିଛି କ୍ଷଣ ପରେ ଅନ୍ୟ ଏକ ନିଦରେ

ସେ ସ୍ବପ୍ନକୁ ଗୋଟାଇ ଯୋଡି ଦିଏ

ଏକ ବାସ୍ତବିକ ପ୍ରେମର ସୃଜନ ଅଧ୍ୟାୟ,

ଯେଉଁଠି

ଗୋଟିଏ ଇସାରାରେ ଜହ୍ନ ଉଏଁ

ଟିକିଟିକି ତାରକା ଯେ ମନ ମୋହେ

ତତକ୍ଷଣାତ କଇଁ ଫୁଟେ ଜଳାଶୟେ

ମୀନ ଡେଇଁ ଖେଳେ ନିଶ୍ଚଳ ଜଳରେ

ତୁମେ ଠିକ୍ ସେହି 

ଡିସେମ୍ବରର ଏକ ରାତି ପରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract