STORYMIRROR

Chandrakanta Jena

Romance

3  

Chandrakanta Jena

Romance

ତୁମେ ତ ପୂର୍ଣ୍ଣିମା

ତୁମେ ତ ପୂର୍ଣ୍ଣିମା

1 min
253

ଅମାବାସ୍ଯା ତୁମେ ନୁହଁ ଆଗୋ ସଖୀ

     ନା.. ସର୍କାନ୍ତିର ତିଥି

ତୁମେ'ତ ଜୋଛନା ଜହ୍ନ ଆଲୋକର

    ପୂନେଇଁ ସିତଳ ରାତି     !!


ଅନ୍ଧକାର ଲିଭେ ତୁମରି ପରସେ

   ତୁମେ ପ୍ରାଚି ଅରୁଣିମା

କୋଣେ ଅନୁକୋଣେ ବାଆ ବହିଯାଏ 

   ଗାଇ ତୁମରି ମହିମା       !!


ଦୁଃଖି ମୁହେଁ ଦୁଃଖ ହୋଇଯାଏ ଦୂର

    ଓଠ ଧାରେ ତୁମେ ହସ

କ୍ଲାନ୍ତ ହୃଦୟର ତୁମେ ଆଶା ଦେବୀ

    ପ୍ରେରଣା ଦାୟୀନି ଉଛ୍ସ     !!


 ଆଖି ଖୋଲି ସକ୍ଷୀ ନିଅ ଥରେ ଦେଖି

    ହାତ ପାପୁଲିର ରେଖା

ଉଆଁସି ନୁହେଁ ଗୋ ତୁମେ'ତ ପୂର୍ଣ୍ଣିମା

    ଅନ୍ଧକାରେ ଦୀପଶିଖା    !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance