STORYMIRROR

Bauribandhu Lenka

Abstract

3  

Bauribandhu Lenka

Abstract

ତୁମେ ସର୍ବନାମ

ତୁମେ ସର୍ବନାମ

1 min
454

ତୁମ ଦୟା ହେଲେ  ପ୍ରତି ପ୍ରଭାତରେ

   ମୋ ବେନି ନୟନ ଖୋଲେ,

ତୁମ ଇଙ୍ଗିତରେ     ସକାଳ ସୂରୁଜ

    ସୁନେଲି କିରଣ ଢାଳେ


ଫୁଟେ ନାନା ଫୁଲ   ଗାଆନ୍ତି ବିହଙ୍ଗ

   ବହେ ମନ୍ଦ ସମୀରଣ,

ସୁଷମା ମଣ୍ଡିତ     ହୁଏ ଏ ଧରଣୀ

   ହସେ ନଦୀ ଗିରି ବନ


ତୁମରି ଇଙ୍ଗିତେ   ସୁର୍ଯ୍ୟ ଚନ୍ଦ୍ର ତାରା

   ଗ୍ରହମାନେ ଆତଯାତ,

କୋଟି ବ୍ରାହ୍ମାଣ୍ଡର   ସୃଷ୍ଟିକର୍ତ୍ତା ତୁମେ

    କଳ୍ପନାର ବହିର୍ଭୂତ


ଜଡ ବା ଚେତନ    ସବୁଥିରେ ଗୁଣ

   ଦେଇଅଛ ତୁମେ ଖଞ୍ଜି,

କା'ଠାରେ କି ଗୁଣ   ରହିଅଛି ତାହା

  ଗୁଣୀ ପାଇଥାଏ ଖୋଜି


କେ ଡାକେ ଈଶ୍ୱର କେ ଡାକଇ ଆଲ୍ହା

   କେ ବା ଡାକେ ଈସାମସୀ,

କେ ଡାକଇ ସାଇ କେ ବା ବାହେଗୁରୁ

   ଆଉ କିଏ ଅବା କିଛି


କି ନାମେ ଡାକିବି  ତୁମେ ସର୍ବନାମ

   ମୁଁ ଅଟେ ଛାର ମଣିଷ,

ଏତିକି ମିନତି ଯେ ନାମେ ଡାକିଲେ 

    ଶୁଣିବ ହେ ଜଗଦୀଶ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract