STORYMIRROR

Kalandi pal

Abstract

4  

Kalandi pal

Abstract

ତୁମେ ସାଗର କୂଳିଆ ଦିଅଁ

ତୁମେ ସାଗର କୂଳିଆ ଦିଅଁ

1 min
360



     ତୁମେ ଏମିତିକା ଗୋଟେ ଦିଅଁ

     ସଦା ଭକତ  ଭାବରେ ଥାଅ

   ଭକ୍ତ ଭଗବାନ     ଅଛିଣ୍ଡା ବନ୍ଧନ

   ଭାବରେ ବାନ୍ଧିଛ   ହେ କଳାବଦନ

      ଲଗାଇଛ କେଉଁ ମୋହ ।।


      ତୁମେ ସାଗର କୂଳିଆ ଦିଅଁ

      ମୁଁ ତ ନଈ   କୂଳିଆ ପୁଅ

   ଆମ ଗାଆଁ ନଈ   ସୁଅ ନିଏ ବହି

   ମୋ ମନ ଭକତି   ଦିଏ ମୁଁ ଭସାଇ

      ସେଇଠି ଥାଇକି ପାଅ ।।


<

/p>

     ତୁମେ ତୁଳସୀ  ରସିଆ ଦିଅଁ

     ସଦା ଗୋଡ଼ ହାତେ ପିନ୍ଧୁଥାଅ

   ମୋ ବାଡ଼ିରେ ମୁହିଁ  ତୁଳସୀ ଲଗାଇ

   ପଠାଉଛି ଜଗା    ଏକା ତୁମ ପାଇଁ

       ସାଦରେ ଆଦରି ନିଅ ।।


      ତୁମେ ଷାଠିଏ ପଉଟି ଖାଅ

      ନିତି ଭକତକୁ  ବାଣ୍ଟୁ ଥାଅ

   ମୋ ଜମି ଅମଳ  ସେ ସରୁ ଚାଉଳ

   ଯାଇ ପହଞ୍ଚଇ   ସେ ବଡ ଦେଉଳ

       ନିତି ଭୁଞ୍ଜି ବାଣ୍ଟୁଥାଅ ।।



Rate this content
Log in

Similar oriya poem from Abstract