STORYMIRROR

Tapaswini DashSarangi

Classics

3  

Tapaswini DashSarangi

Classics

ତୁମେ ନଥିବ ସୂର୍ଯ୍ୟ ବୁଡିଲା ପରେ

ତୁମେ ନଥିବ ସୂର୍ଯ୍ୟ ବୁଡିଲା ପରେ

1 min
90

ତଥାପି କାହିଁ ବସା ଫେରନ୍ତା ଖଗ ମାନଙ୍କୁ 

ପଚାରୁଥିଲି ତୁମ ଆସିବାର କଥା

ଗୋଧୁଳି ଲଗନରେ କାହିଁ ଅପେକ୍ଷା

କରିଥିଲି ଦୁଆର ବନ୍ଧରେ


ଜାଣିଥିଲି ନଥିବ ତୁମେ ସୂର୍ଯ୍ୟ ବୁଡିଗଲା ପରେ

ତଥାପି କାହିଁକି ଦେଖିଥିଲି ତନ୍ଦ୍ରାଭରା ରାତିରେ

ସେ ଅସରନ୍ତି ସ୍ଵପ୍ନ ତୁମକୁ ନେଇ

କାହିଁକି ଭାବିଥିଲି ଆମର ସେ

ଅପୂର୍ବ ମିଳନ ସେଇ ଚନ୍ଦ୍ରମାର ଶୀତଳ 

ଜୋଛନାର ବାଦଲ ମିଶା ଚାଦର ତଳେ


ଜାଣିଥିଲି ନଥିବ ତୁମେ ସୂର୍ଯ୍ୟ ବୁଡିଗଲା ପରେ

କିନ୍ତୁ ଗଢିଥିଲି ପ୍ରେମର ଅଟ୍ଟାଳିକା ଠିକ୍ ସେ ତାଜମହଲ ପରି

ଯାହା କେବେ ଭାଙ୍ଗିଯିବ ତୁମ ବିରହରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics