ତୁମେ ନଥିବ ସୂର୍ଯ୍ୟ ବୁଡିଲା ପରେ
ତୁମେ ନଥିବ ସୂର୍ଯ୍ୟ ବୁଡିଲା ପରେ
ତଥାପି କାହିଁ ବସା ଫେରନ୍ତା ଖଗ ମାନଙ୍କୁ
ପଚାରୁଥିଲି ତୁମ ଆସିବାର କଥା
ଗୋଧୁଳି ଲଗନରେ କାହିଁ ଅପେକ୍ଷା
କରିଥିଲି ଦୁଆର ବନ୍ଧରେ
ଜାଣିଥିଲି ନଥିବ ତୁମେ ସୂର୍ଯ୍ୟ ବୁଡିଗଲା ପରେ
ତଥାପି କାହିଁକି ଦେଖିଥିଲି ତନ୍ଦ୍ରାଭରା ରାତିରେ
ସେ ଅସରନ୍ତି ସ୍ଵପ୍ନ ତୁମକୁ ନେଇ
କାହିଁକି ଭାବିଥିଲି ଆମର ସେ
ଅପୂର୍ବ ମିଳନ ସେଇ ଚନ୍ଦ୍ରମାର ଶୀତଳ
ଜୋଛନାର ବାଦଲ ମିଶା ଚାଦର ତଳେ
ଜାଣିଥିଲି ନଥିବ ତୁମେ ସୂର୍ଯ୍ୟ ବୁଡିଗଲା ପରେ
କିନ୍ତୁ ଗଢିଥିଲି ପ୍ରେମର ଅଟ୍ଟାଳିକା ଠିକ୍ ସେ ତାଜମହଲ ପରି
ଯାହା କେବେ ଭାଙ୍ଗିଯିବ ତୁମ ବିରହରେ
