STORYMIRROR

Aishwarya Mishra

Classics

3  

Aishwarya Mishra

Classics

ତୁମେ ମୋର ଜଗନ୍ନାଥ

ତୁମେ ମୋର ଜଗନ୍ନାଥ

1 min
180

ମୁଁ ଯେ ଅଧମ ପାତକ

ତୁମେ ମୋର ଜଗନ୍ନାଥ ,

ସତେ କି ତୁମ ଶ୍ରୀକ୍ଷେତ୍ରେ 

ମିଳିବ ସ୍ଥାନ ଟିକକ ,


ଦୟାନିଧି ଦୟାସିନ୍ଧୁ

ଭକତ ଜନର ବନ୍ଧୁ

ଜଗତର ନାଥ ପ୍ରଭୁ

କରୁଣା-ସାଗର ବିନ୍ଦୁ,


ନୁହଁଇ ମୁଁ ସାଲବେଗ 

ନାହିଁ ମୋ ଠାରେ ଭାବ ,

ତଥାପି କି ନନ୍ଦିଘୋଷେ 

ପ୍ରଭୁ ଟିକେ ଦେଖା ଦେବ ! 


ଯିବିନି ତୁମ ମନ୍ଦିର 

ମାଗିବିନି ଉପହାର ,

କିନ୍ତୁ ମରିବା ବେଳକୁ

ନେବ ମୋତେ ସ୍ବର୍ଗଦ୍ଵାର ,


ହୃଦୟ ମନ୍ଦିରେ ମୋର

ଶୁଭେ ତୁମ ବଂଶୀ ସ୍ବର 

ଜାଣିନି କି ମାୟା ଡ଼ୋରେ

ବାନ୍ଧିଦେଲ ମାୟାଧର ,


ରଖ କି ନ ରଖ ମୋତେ

ତୁମ ଭକ୍ତ ତାଲିକାରେ

ପାପୀ ହୋଇ ପଡ଼ିଥିବି

ପ୍ରଭୁ ତୁମ ସିଂହଦ୍ଵାରେ ,


ନୁହେଁ ମୁଁ ବନ୍ଧୁ ସୁଦାମା

ଜାଣେନା ପଦ-ବନ୍ଦନା

ଭକ୍ତ ପ୍ରହଲ୍ଲାଦ ପରି

ନାହିଁ ମୋ ଠାରେ ଚେତନା,


ତଥାପି ହେ ମହାବାହୁ

ଗୁହାରି ଶୁଣିମା' ହେଉ

ଶ୍ରୀଭୁଜ ଶରଣ ତଳେ

ପ୍ରଭୁ ମୋର ଜୀବ ଯାଉ ।


Rate this content
Log in

Similar oriya poem from Classics