ତୁମେ ମୋ ସପନ ରାଣୀ
ତୁମେ ମୋ ସପନ ରାଣୀ
ପ୍ରୀତି ଇଲାକାର ସପନ ରାଇଜେ
ତୁମେ ମୋ ସପନ ରାଣୀ
ବାନ୍ଧି ନେଲ କେବେ ହୃଦୟକୁ ମୋର
ପାରିଲିନି ଟିକେ ଜାଣି ।
ଫାଲଗୁନର ତୁମେ ଧୂର୍ବତାରା ଗୋ
କାର୍ତ୍ତିକ କାକର ବିନ୍ଦୁ
ମାର୍ଗଶିରେ ତୁମେ ହିମାଳ ଶୀତ ଗୋ
ଶରତ ନିର୍ମଳ ଇନ୍ଦୁ ।
ତୁମେ'ତ ଦେଇଛ ମଳୟ ପରସ
ସାଜି ପ୍ରୀତି ରାଜଜେମା
ଫୁଲେଇ ସୁଷମା ଆଗୋ ଅନୁପମା
ଦୋଷ କରିଦେବ କ୍ଷମା ।
ଜ୍ଯୋସ୍ନାରାଣୀ ତୁମ ଜୋଛନା ଘେରରେ
ହଜି ମୁଁ ଯାଇଛି ଆଜି
ଆଖି ପଲକରେ ବାନ୍ଧି ରଖ ମୋତେ
ରହିବି କଜ୍ଜଳ ସାଜି ।
ବିରହ ଯନ୍ତ୍ରଣା ଜଳାଏ ମନକୁ
ଛାତିରେ ଲଗାଇ ନିଆଁ
ଢାଳି ଦିଅ ପ୍ରୀତି ବରଷାର ଧାରା
ଦେଇ ଓଠ ଧାରେ ଛୁଆଁ ।