ତୁମେ ମୋ ଦୀପଶିଖା
ତୁମେ ମୋ ଦୀପଶିଖା
ତମକୁ ଦେଖି ଅଟକିଯାଏ ମୋ ସ୍ପନ୍ଦନ,
ତଥାପି କେଜାଣି ଖୋଜୁଥାଏ ଏ ମନ।
କହି ମୁଁ ପାରିବିନି କେତେ ଯେ ଭଲପାଏ,
ଭଲପାଇବି ତୁମକୁ ଜୀବନ ଥିବା ଯାଏ।
ତମେ ଫୁଲଟିଏ ହେଲେ ମୁଁ ହେବି ଭଅଁର,
କେବେ ଛାଡ଼ିବିନି, ସାଥେ ଥିବି ସଦା ତମର।
ମୋ ଜୀବନ ଅନ୍ଧାରେ ଆଣିଦେଲ ଦୀପଶିଖା,
ଆସି ବଦଳାଇଦେଲ ମୋ ଭାଗ୍ୟରେଖା।
ତୋ ସୌନ୍ଦର୍ଯ୍ୟ ଆଗେ ଚନ୍ଦ୍ର ଲାଗେ ଫିକା,
ଗୋଲାପଠାରୁ ମିଠା ତୋ ହସ ଅଧିକା।
ଦୁଃଖ ଆସିଲେ ବି ଭୟ ଲାଗେନି ମୋତେ,
ତୁମ ହାତ ଥିଲେ ସାଥେ ମୋ ପଥେ।
ଏଇ ନୀରବ ଆଖି କହେ ଅନେକ କଥା,
ତୁମ ପାଇଁ ସହିଯିବି ନୀରବେ ସବୁ ବ୍ୟଥା ।

