STORYMIRROR

Bijaya Digi

Romance

4  

Bijaya Digi

Romance

ରୂପସୀ ର ଅଭିସାର

ରୂପସୀ ର ଅଭିସାର

1 min
10


 ଫୁଲଠୁ ବି ଅଧିକ ସୁନ୍ଦର ତୁମ ମୁହଁ,
 କେଉଁ ବିଧାତା ଗଢ଼ିଛି ତାହା ଟିକେ କୁହ।

ହଜାରେ ପ୍ରଜାପତି ଉଡ଼ନ୍ତି ଚାରିପଟେ,
ତୁମ ଦେହର ମହକରେ ଗୋଟେ ଗୋଟେ।

 ଝଲକି ଉଠେ ସୁନୀଳ ନୟନ ତାରା,
ଖରା ବର୍ଷା ଯେତେ ହେଉଥିଲେ ପରା।

ମଧୁର ବଚନ କୋକିଳଠାରୁ ମିଠା,
ପ୍ରୀତିର ଜାଲରେ ବୁଣିଦିଅ ଅଠା।

 ତୁମ ଚାହାଣିରେ ଅଛି କି ଯାଦୁର ଛଟା,
ମନ ମଇଁଷିକୁ ମାରେ ସେ ପ୍ରେମର କଣ୍ଟା।

ଶରତର ଜହ୍ନ ତୁମ ସାମ୍ନାରେ ଫିକା,
ତୁମ ରୂପ ଦୁନିଆରେ ସତେ ଅଲଗା ଏକା।

କେଶର ଘନତା ଯେମିତି ଶ୍ରାବଣ ମେଘ,
ସୃଷ୍ଟି କରେ ମନେ ପ୍ରୀତିର ଅନୁରାଗ।

ଚାଲିରେ ତୁମର ଅଛି ହଂସୀର ଗର୍ବ,
ତୁମରି ପାଇଁ ସତେ ଧରା ଆଜି ସ୍ୱର୍ଗ।


ମଥାର ସିନ୍ଦୂର କିମ୍ବା ସେ ନାଲି ବିନ୍ଦି,
ରଖିଛି ମୋ ମନକୁ ପ୍ରେମରେ ବନ୍ଦୀ।

ପାଦର ଅଳତା କହେ କେତେ କଥା,
ଦୁଃଖ ହୋଇଯାଏ ଦେଖିଲେ ସବୁ ବ୍ୟଥା।

ତୁମ ବିନା ସବୁ ଲାଗେ ଖାଲି ଖାଲି,
ତୁମ ପ୍ରେମେ ହେଉଛି ମୁଁ ଆଜି ବାଉଳି।

 
ସାଗରର ଢେଉ ପରି ତୁମରି ଭାବନା,
ପୁରା କରିଦିଅ ମୋର ସବୁ କାମନା।

ଆକାଶରୁ ଖସି ଆସିଛ କି ତୁମେ,
ପ୍ରେମର ପୁଲକ ଭରିବାକୁ ଏହି ଭୂମେ।

ସମୟ ବିତିଲେ ବି ସୌନ୍ଦର୍ଯ୍ୟ ସରିବନି,
ତୁମ ସ୍ମୃତି ମୋ ମନରୁ କେବେ ଲିଭିବନି।

ଯୁଗେ ଯୁଗେ ତୁମେ ରୁହ ଏମିତି ହସି,
ହୃଦୟ ମନ୍ଦିରେ ମୋର ଯାଅ ତୁମେ ବସି।

ପ୍ରକୃତିର ସବୁଠୁ ଶ୍ରେଷ୍ଠ ଏ ଉପହାର,
ଧନ୍ୟ ସେହି ଶିଳ୍ପୀ ଗଢ଼ିଛି ଯିଏ ତୁମ ସଂସାର।

କବିତା ମାଧ୍ୟମେ କରେ ମୁଁ ବନ୍ଦନା,
ସରିବନି କେବେ ତୁମ ରୂପର ବର୍ଣ୍ଣନା।


Rate this content
Log in

Similar oriya poem from Romance