ପ୍ରକୃତି ମାଆର ଅପୂର୍ବ ଦାନ
ପ୍ରକୃତି ମାଆର ଅପୂର୍ବ ଦାନ
1 min
2
ନୀଳ ଆକାଶର ବିଶାଳ ବୁକୁରେ
ଉଦୟ ହୁଅଇ ରବି,
ସୁନା ରଙ୍ଗେ ଝଲେ ଧରଣୀର କାୟା
ଆଙ୍କେ କେଉଁ ସୂକ୍ଷ୍ମ ଛବି।
ଶ୍ୟାମଳ ଶସ୍ୟରେ ହସଇ ମେଦିନୀ
ପବନେ ନାଚଇ ଧାନ,
ବୃକ୍ଷଲତା ସବୁ ମୁଣ୍ଡ ଟେକିଛନ୍ତି
ଗାଇ ପ୍ରକୃତିର ଗାନ।
ଝରଣାର କୁଳୁ କୁଳୁ ସ୍ୱର ଶୁଭେ
ପାହାଡ଼ ପାଦଦେଶରେ,
ପକ୍ଷୀଙ୍କ କାକଳି ମନ ମୋହୁଥାଏ
ସଞ୍ଜ ସକାଳ ଆବେଶରେ।
ଫୁଲର ସୁବାସେ ଚହଟେ ବନାନୀ
ରଙ୍ଗୀନ ପ୍ରଜାପତି ଉଡ଼େ,
ଶାନ୍ତିର ମନ୍ତ୍ର ସେ ଶିଖାଉଛି ଆମକୁ
ଯେଉଁଠି ସବୁଜିମା ଯୁଡ଼େ।
ତୁମେ ତ ଜୀବନ ତୁମେ ତ ଜନନୀ
ତୁମ ବିନା ସବୁ ଶୂନ୍ୟ,
ତୁମର ଶରଣେ ମୁଣ୍ଡ ନୁଆଁଉଛି
କରିବାକୁ ନିଜକୁ ଧନ୍ୟ।
