STORYMIRROR

Bharatabandhu Biswal

Romance Inspirational

3  

Bharatabandhu Biswal

Romance Inspirational

ତୁମେ ମୋ ବୀଣାର ସୁମଧୁର ତାନ

ତୁମେ ମୋ ବୀଣାର ସୁମଧୁର ତାନ

1 min
181


ପ୍ରିୟତମା ତୁମେ ମୋ ସୁଖର ସୀମା

ମଳୟ ମୃଦୁ ସମୀର

ମଧୁ ବସନ୍ତର ସ୍ନିଗ୍ଧ ସୁଶୀତଳ

ପ୍ରୀତି ଶାନ୍ତି ସୁଧା ନୀର ।


ମୋ ମନ ଆକାଶେ ଶୁଭ୍ର ଧ୍ରୁବତାରା

ତୁମେ ଜ୍ୟୋତି ସମୁଜ୍ଜ୍ୱଳ 

ସୁରଭି ସୁମନ ପ୍ରଫୁଲ୍ଲ କମଳ

ବିକଶିତ ଶତଦଳ ।


ତୁମେ କୁହୁ ସ୍ୱନ କୋକିଳ କଣ୍ଠର

ଇନ୍ଦ୍ରଧନୁ ସପ୍ତରଙ୍ଗ 

ତୁମରି ଆଖିରେ ଝଲସେ ଆନନ୍ଦ 

ସୃଜେ ସ୍ୱଚ୍ଛ ପ୍ରତିବିମ୍ବ ।


ସରସ ସୁନ୍ଦର ଲାଗେ ଏ ସଂସାର 

ନିର୍ଝରେ ମମତା ପ୍ରେମ

ମଧୁଝରା ତୁମେ ଛାୟା ସବୁଜିମା

ପ୍ରିୟତମା ଅନୁପମ ।


ତୁମେ ମୋ ବୀଣା ସୁମଧୁର ତାନ

ଜୀବନ ଗୀତ ସଙ୍ଗୀତ

ଲାଗେ ପରିପୂର୍ଣ୍ଣ ଥିଲେ ତୁମେ ସାଥେ

ଚାଲୁଥିଲେ ଧରି ହାତ ।

  ----



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance