STORYMIRROR

Lokanath Rath

Inspirational

3  

Lokanath Rath

Inspirational

ତୁମେ କୃଷ୍ଣ ତୁମେ ଜଗନ୍ନାଥ

ତୁମେ କୃଷ୍ଣ ତୁମେ ଜଗନ୍ନାଥ

1 min
177


ଆଜି ପରା ଦିନେ ପ୍ରଭୁ ଜନ୍ମି ଥିଲ,

କୃଷ୍ଣ ନାମେ ତୁମେ ଵିଖ୍ୟାତ ହୋଇଲ,

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ହେଲ. 


ନେଇ ଏହି ଅବତାର ତୁମେ ପ୍ରଭୁ, 

ଧରାରେ ତୁମେ ନାଶିଲ ଅଧର୍ମକୁ ସବୁ, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ମହାପ୍ରଭୁ. 


ଅଧର୍ମୀ, ପାପୀ, ଆଶୁରିକ ଶକ୍ତି ଯେତେ, 

ନାଶି ତାକୁ ସ୍ଥାପିଲ ଧର୍ମ କେତେ, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ସତେ. 


ସହିଛ ଜନ୍ମରୁ ଶେଷଯାଏ ତୁମେ କଷ୍ଟ, 

ଲିଭିନି ତୁମ ମୁଖୁ ସେ ହସ କପଟ, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ଅଟ. 


ଧର୍ମ ସତ୍ୟର ସ୍ଥାପନା ଲାଗି, 

ହେଲ ବହୁ ଯାତନା ତିରସ୍କାର ଭୋଗି, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ସରାଗୀ. 


ହସି ହସି ସବୁ କିଛି ସହିଛ, 

ସତ୍ୟ ରକ୍ଷା ଲାଗି କପଟ କରିଛ, 

ତୁମେ କୃଷ୍ଣ ତୁମେ ଜଗନ୍ନାଥ ହୋଇଛ. 


ଆଜି ଏହି ତୁମ ଧରା ପୃଷ୍ଠେ, 

ଅନ୍ୟାୟ ଅନୀତି କି ନ ଦିଶେ ?

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ପାଶେ. 


ନାରୀର ସୁରକ୍ଷା ହୁଏ ଏବେ ଲୋକହସା, 

ପ୍ରତାରକ କହେ କରିବାକୁ ହେବ ଭରସା, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ମୋ ଆଶା. 


ଅନ୍ୟାୟ, ଅସତ୍ୟ, ଅଧର୍ମ ଏବେ ବଳବାନ, 

ତାଙ୍କ ପଥରୋଧ କଲେ ମିଳେ ଅପମାନ, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ନାମ. 


ନିଜ ନିଜ ସ୍ୱାର୍ଥ ଲାଗି ସବୁ, 

କରନ୍ତି ନାଟକ ଜାଣ ତୁମେ ପ୍ରଭୁ, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ସବୁ. 


ଏବେ ପୁଣି ଆସି ଏହି ମହାମାରୀ, 

ନେଲାଣି କେତେ ଜୀବନ ଏବେ ଅସୁମାରି, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ନମଧାରୀ. 


ତୁମକୁ ଏବେ କରିଛି ସେ ବନ୍ଦୀ, 

ଦେବାଳୟେ ବସିଛ କିମ୍ପା ହାତ ଛନ୍ଦି, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ, ଭୋଗି. 


କର କିଛି ତୁମେ ପ୍ରଭୁ ଏବେ, 

କାତରେ ଡ଼ାକୁଚୁ ଏବେ ଆମେ ସର୍ବେ, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ଭାବେ. 


ଦେଖାଅ ସତ୍ୟ ଧର୍ମର ସୁନ୍ଦର ରାସ୍ତା, 

ହେଉ ଧର୍ମ ସତ୍ୟର ପୁର୍ଣ ପ୍ରତିଷ୍ଠା, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ, ସ୍ରଷ୍ଟା. 


ଅଟ ତୁମେ କୃଷ୍ଣ, ତୁମେ ଜଗନ୍ନାଥ, 

ତୁମ ଜନ୍ମଦିନେ ଘେନ ବିନତି ନାଥ, 

ତୁମେ କୃଷ୍ଣ, ତୁମେ ଜଗନ୍ନାଥ ସତ. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational