STORYMIRROR

Pratima Panda

Abstract

3  

Pratima Panda

Abstract

ତୁମେ କଣ ଠିକ୍ କଲ

ତୁମେ କଣ ଠିକ୍ କଲ

1 min
12K

ତୁମେ କଣ ଠିକ୍ କଲ ଗାନ୍ଧୀ

ତିନି ମାଙ୍କଡଙ୍କୁ ଏମିତି

ନୀତି ନିୟମର ସୂତ୍ର ରେ ବାନ୍ଧି?

ଏଇ ପରା ସେଇ ବାନର ସେନାର ଦାୟଦ

ପଥର ର ସେତୁ ବାନ୍ଧି ଲଂଘିଥିଲେ

ସମୁଦ୍ର ର ବକ୍ଷ 

ଅସୀମ ଶକ୍ତି ଆଉ ବୁଦ୍ଧି ବଳେ

ନାଶ କଲେ ଲଙ୍କା ରାବଣର

ଏମାନେ ପରା ତାଙ୍କରି ବଂଶଧର 

 ତୁମେ କଣ ଠିକ୍ କଲ?

ଖୋଲି ଦିଅ ଖୋଲିଦିଅ 

ଏବେ ଏମାନଙ୍କ ହାତ

ଦେଖିବାକୁ ଦିଅ ସବୁ ଭଲମନ୍ଦ

ଶୁଣିବାକୁ ଦିଅ ଶ୍ରାବ୍ୟ ଅଶ୍ରାବ୍ଯ 

 ପ୍ରଶଂସା ହେଉ ବା ପ୍ରତିରୋଧ 

ମୁହଁ ଖୋଲିକରିବାକୁ ଦିଅ

ନ୍ୟାୟ ଓ ଅନ୍ୟାୟର ।

 ଜାଣିଛ କି କେବେ

ମନ୍ଦ ବିନା ଭଲର ହୋଇଛି ପ୍ରଚାର

ରାବଣ ପାଇଁ  ରାମ ଆଉ

କଂସ ପାଇଁ ସିନା କୃଷ୍ଣ ଅବତାର

 ତୁମେ କାହୁଁ ଜାଣିବ ଯେ

 ରୀତି ନୀତି ଏବର ଦୁନିଆଁର

କେମିତି ଚାଲିଛି ଭଲମନ୍ଦର ବେପାର

ଏମାନେ ବି ଠକିଯିବେ ଏଠି

କାନ ଆଖି ଯଦି ବନ୍ଦ ରହେ ତାଙ୍କର

ପରଖନ୍ତୁ ନିଜ ଇନ୍ଦ୍ରିୟରେ ନିଜେ

ପାପ-ପୁଣ୍ଯ ଭଲ-ମନ୍ଦ

 ଲାଭ-କ୍ଷତି ର ଫଳାଫଳ 

ନିଜ  ଇଚ୍ଛାରେ ନିଜେ ହି ବାଛନ୍ତୁ

ଅମୃତ ହେଉବା ବିଷ ହଳାହଳ  ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract