STORYMIRROR

Samar Ballav Bhoi

Romance

3  

Samar Ballav Bhoi

Romance

ତୁମେ କିପରି

ତୁମେ କିପରି

1 min
186


ତାରା ଖଚିତ ଆକାଶରେ 

ଚନ୍ଦ୍ର ଯେମିତି ସୁନ୍ଦର

ତୁମେ ତ ସେହିପରି

କବିର ଭାବନାରେ  

ଅତ୍ୟନ୍ତ ସୁନ୍ଦର! 


ବିସ୍ତିର୍ଣ୍ଣ ସାଗରେ ବକ୍ଷରେ

ବୋଇତଟି ଯେମିତି ଏକା ଏକା

ତୁମେ ତ ସେହିପରି

ତୁମ ଭାବନା ଓ ବିଶ୍ବାସରେ 

ଏକା ଏକା!!


ନିବିଡ ଅନ୍ଧାରରେ

ଖଦ୍ୟୋତିକା ଯେମିତି ସୁନ୍ଦର

ତୁମେ ତ ସେହିପରି 

ମୋ ଭାବନା ହଦୟରେ

 ଅତ୍ୟନ୍ତ ସୁନ୍ଦର!!


ପାହଡର ପାଦ ଦେଶରୁ

ନଦୀ ଯେମିତି ଦୀର୍ଘ ବ୍ୟାପି

ତୁମେ ତ ସେହିପରି

ମୋ ଆଖିରେ ଦୀର୍ଘବ୍ୟାପି  

ସ୍ବପ୍ନର ସମ୍ଭାର!!


ବଗିଚାର ଫୁଲର ବାସ୍ନାରେ

ଭ୍ରମର ଯେମିତି ବୁଲୁଥାଏ ପାଗଳପରି

ତୁମେ ତ ସେହିପରି

ମୋ ହୃଦୟ ଭାଷାରେ ଅତ୍ୟନ୍ତ 

ମଧୁର ମାଧୁରୀ!! 



Rate this content
Log in

Similar oriya poem from Romance