STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ତୁମେ କି ବଡ଼?

ତୁମେ କି ବଡ଼?

1 min
3.2K

ବଡ଼ ଘରେ ଜନ୍ମ ହୋଇଗଲେ

ମହାନ କେ ହୋଇଯାଏନି

ସ୍ୱାର୍ଥ ମନେ ଥାଇ ପାପ ଚିନ୍ତା କଲେ

ମୁହେଁ ମିଠା କଥା ଶୋଭା ପାଏନି


ସ୍ୱାର୍ଥ ହାସଲରେ ଯେତେ ଦାନ କଲେ

କି ପୁଣ୍ୟ ଅବା ଅରଜିବ

ନିରୀହ ଜନଙ୍କୁ ଲୁଟିଲେ କି ହେବ

ଲୋଭୀ ହୋଇ ଦିନେ ମରିବ


ବଡ଼ ବଡ଼ କଥା ମୁହଁରେ କହିଲେ

ତୁମେ କିବା ସତେ ବଡ଼ ହୋଇବ

କର୍ମ କରି ସିନା ଏ ମହୀମଣ୍ଡଳେ

ସଭିଙ୍କ ହୃଦୟେ ଘର କରିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract