ତୁମେ କି ବଡ଼?
ତୁମେ କି ବଡ଼?
ବଡ଼ ଘରେ ଜନ୍ମ ହୋଇଗଲେ
ମହାନ କେ ହୋଇଯାଏନି
ସ୍ୱାର୍ଥ ମନେ ଥାଇ ପାପ ଚିନ୍ତା କଲେ
ମୁହେଁ ମିଠା କଥା ଶୋଭା ପାଏନି
ସ୍ୱାର୍ଥ ହାସଲରେ ଯେତେ ଦାନ କଲେ
କି ପୁଣ୍ୟ ଅବା ଅରଜିବ
ନିରୀହ ଜନଙ୍କୁ ଲୁଟିଲେ କି ହେବ
ଲୋଭୀ ହୋଇ ଦିନେ ମରିବ
ବଡ଼ ବଡ଼ କଥା ମୁହଁରେ କହିଲେ
ତୁମେ କିବା ସତେ ବଡ଼ ହୋଇବ
କର୍ମ କରି ସିନା ଏ ମହୀମଣ୍ଡଳେ
ସଭିଙ୍କ ହୃଦୟେ ଘର କରିବ
