STORYMIRROR

Rabindra kumar Sahoo

Abstract

3  

Rabindra kumar Sahoo

Abstract

ତୁମେ କେଉଁ ସାମନ୍ତର ପିଲା

ତୁମେ କେଉଁ ସାମନ୍ତର ପିଲା

2 mins
244

    ତୁମେ କେଉଁ ସାମନ୍ତର ପିଲା ହୋ

    ତୁମେ କେଉଁ ସାମନ୍ତର ପିଲା

     ଜାତି ଜାତି ବୋଲି

          ଧର୍ମ ଧର୍ମ ବୋଲି

     କିଆଁ କର ହୋ ହାଲ୍ଲା ହୋ

        କିଆଁ କର ହୋ ହାଲ୍ଲା ?

     ତଣ୍ଟି ଶୁଖିଗଲେ

        ପାଟି ପଡିଗଲେ

     ଜାତି ଧର୍ମ ସବୁ ଗଲା ହୋ

        ଜାତି ଧର୍ମ ସବୁ ଗଲା ।

     ପେଟ ପୋଡ଼ିଗଲେ

       ପିଠିରେ ଘୋଡେଇବ

     କେଉଁ ଜାତି ଧରମର କୁଲା ହୋ

       ପିଠିରେ ଘୋଡେଇବ

      କେଉଁ ଜାତି ଧରମର କୁଲା ?

      ସରବେ ଆମେ

      ମଣିଷ ଜାତିର ପିଲା ହୋ

       ସରବେ ଆମେ

      ମଣିଷ ଜାତିର ପିଲା

      ଧନ, ମାନ ଗରବରେ

      ଜାତି, ଧର୍ମ, ବଂଶ, ପ୍ରଥା,

      ପରମ୍ପରା ନାମେ

     ଏ ପରା ମଣିଷ ଜାତିର

       ସବୁ ପାଲା ହୋ

     ଏ ମଣିଷ ଜାତିର ସବୁ ପାଲା ।

     ମିଛ ଅବଧାନ

        ମିଛ ପଣ୍ଡିତ ନାହାକ

      ପେଟ ପୋଷିବାର

      ଠକି ବଞ୍ଚିବାର

      ଏ ପ୍ରବଞ୍ଚକ ମାନଙ୍କର

     ସବୁ ଫନ୍ଦି ଫିକରର ପାଲା ହୋ

        ଫନ୍ଦି ଫିକରର ପାଲା ।

      ଚିତା, ଚଇତନ, ସିନ୍ଦୂର, ଚନ୍ଦନ

       ଧୂପ, ଦୀପ, ଦାଢି, ଟୋପି

       ରାମ, ଆଲ୍ଲା, ଯୀଶୁ,

       ଜୈନ, ବୌଦ୍ଧ ମାନଙ୍କ ନାମେ

      ଶୋଷିବାର ପନ୍ଥା ଏ ଭଲା ହୋ

        ଶୋଷିବାର ପନ୍ଥା ଭଲା ।

      ବାପ, ଗୋସିବାପଙ୍କ ନାମ ନେଇ

        ପିଢି ପରେ ପିଢ଼ି

      ଜାତି ଧର୍ମକୁ ମୁଣ୍ଡାଇ

       ବଂଶ ପରମ୍ପରା ନାମେ

       ଅପକର୍ମ କରି

        ଦଳିତ ମାନଙ୍କ ମୁଖେ

      ପକାଯାଏ ଖାଲି ତାଲା ହୋ

         ପକାଯାଏ ଖାଲି ତାଲା ।

      ଛୁଆଁ ଅଛୁଆଁର

         ଭେଦଭାବର ଲୀଳା

      ସ୍ତ୍ରୀ ପୁରୁଷ ନାମେ

        ଲିଙ୍ଗଗତ ପ୍ରଭେଦ ଭାବର

               ଲୀଳାଖେଳା

     ଏ କି ଅଟେ ମଣିଷର ସ୍ଵଭାବ ଭଲା

     ଏ କି ପାଲା ଏ କି ପାଲା

     ସଭିଏଁ ଆମେ ଈଶ୍ଵରଙ୍କ ସନ୍ତାନ

     ଜାତି, ଧର୍ମ, ଲିଙ୍ଗ

         ବଂଶ, ପରମ୍ପରା ନାମେ

     ବଡ଼ପଣ୍ଡା ମାନେ ସମାଜେ

      ଲଗାନ୍ତି ବଡ ଝାମେଲା ହୋ

        ଲଗାନ୍ତି ବଡ ଝାମେଲା ।

      ନୀଚ୍ଚ ଜାତି,

       ନୀଚ୍ଚ ଓ ଦଳିତ ଶ୍ରେଣୀଙ୍କ ମୁଣ୍ଡେ

        ନ ପଶେ ଏ ମାମଲା ହୋ

       ନ ପଶେ ଏ ମାମଲା

      ସେହି ପ୍ରଥା ପରମ୍ପରାକୁୁ ମାନି ମାନି

       ସମାଜେ ରୁହନ୍ତି ଘୃଣିତ, ଲାଞ୍ଛିତ

      ହୋଇ ସେ ନିର୍ଦ୍ଧନ

       ଏ କି ସାମାଜିକ ନ୍ୟାୟ

      କୁହ ଭଲା ହୋ

       ଏ କି ସାମାଜିକ ନ୍ୟାୟ ଭଲା ?

       ଆମେ ଯଦି

       ସଭିଏଁ ମଣିଷ ଜାତିର ପିଲା

        ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ,

        ବଂଶ ପରମ୍ପରା ନାମେ

         କିଏ କାହିଁକି ରହିବ

      ନିର୍ଦ୍ଧନ, ଗରିବ ଭୋକିଲା ହୋ

        କିଏ କାହିଁକି କରିବ ଆତ୍ମହତ୍ୟା

      କିଏ କାହିଁକି

      ଦେବ ଆତ୍ମାହୁତି ଭଲା ହୋ

         କିଏ କାହିଁକି ରହିବ

        ବେକାରୀ ହୋଇ ଭଲା ?

       ଆଇନ୍ ଆଖିରେ ଯଦି

          ସଭିଏଁ ସମାନ

       ସମାଜେ ଗୁଣୀକୁ

          କାହିଁକି ନ ଚିହ୍ନେ

        ଏ ମଣିଷ ଭଲା

      ଏ କି ଲାଗିଅଛି ଲୀଳା ହୋ

        ଏ କି ଲାଗିଅଛି ଲୀଳା ?

     ତୁମେ କେଉଁ ସାମନ୍ତର ପିଲା ହୋ

        କେଉଁ ସାମନ୍ତର ପିଲା

     ଜାତି ଜାତି ବୋଲି

          ଧର୍ମ ଧର୍ମ ବୋଲି

      କିଆଁ କର ହୋ ହାଲ୍ଲା ହୋ

          କିଆଁ କର ହୋ ହାଲ୍ଲା ?


Rate this content
Log in

Similar oriya poem from Abstract