STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ତୁମେ କାହାର

ତୁମେ କାହାର

1 min
133

ଭକ୍ତି ଅର୍ଘ୍ୟ ଧରି ଯେତେ ମୁଁ ଡାକିଲେ, ଖୋଲୁନାହିଁ ତୁମ ହୃଦୟ ଦ୍ୱାର.

କେମିତି କହିବି କିଏ ନେଇଗଲା, ଚାବିଟି ସାଥିରେ ବନ୍ଦ ହେଲା ସେ ଗମ୍ଭିରା ଘର.

ଗୋପ ଗୋପାଳୁଣୀ ବଡ ସେ ଚୋରଣୀ, ରାଧା ଅବା ମୀରା କାହା ପାଖର.

କଳିଜୁଗେ କିଏ ଆଉ ଥରେ, ବସିଗଲା କି ତୁମ ହୃଦ କନ୍ଦର. 

କିଏ ସେ ଦାସିଆ ଅବା ବନ୍ଧୁ ମହାନ୍ତି, କିଏ ସେ ସୁଦାମା ତୁମକୁ ଚୋରାନ୍ତି.

କିଏ କହେ ରାଧା ପୁଣି ଆସିଛି, ଲଷ୍ମୀପରା ମାଆ କୋହେ କାନ୍ଦନ୍ତି.

ସୁଭଦ୍ରା ଭଉଣୀ ଭାରି ସେ ସିଆଣୀ, ଗୁପ୍ତ କଥା ତୁମ ସବୁ ଜାଣନ୍ତି.

ବଡଭାଇ ତୁମ ବଳଭଦ୍ର ପରା, ବଡ଼ଦାଣ୍ଡେ ବଡ଼ନେତ୍ର ବୁଲାନ୍ତି. 

କେଉଁ ବାଟେ କିଏ ଆସିଲା ଚୋର, କରିଦେଲା ମତେ ତୁମଠୁ ପର.

ବୁଝି ମୁଁ ପାରେନା ଏକି ଖେଳଘର, ତୁମ ହୃଦ କବାଟ ବନ୍ଦ କର ଠାକୁର.

ପାଇଗଲିଣି ମୁଁ ଚାବିପେନ୍ଥା ମୋର, ସେiଇଟା ପା ତୁମ ବଇଁଶୀ ଛାର.

ତାର ସ୍ଵନ ଶୁଣି ମନ ଧରୁ ଘର, ପୁଣି ତୁମେ ହେବ ରାଧାର, ମିରାର, ପୁଣି ଆଉ କେତେ କାହାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract