STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ତୁମେ କାହାପାଇଁ ମାଆ ହୋଇବ

ତୁମେ କାହାପାଇଁ ମାଆ ହୋଇବ

1 min
14



ନୂଆଖାଇ ପର୍ବ ଫିକା ପଡିଗଲା   

କରୋନା ପ୍ରଭାବ ପାଇଁ

ବନ୍ଧୁ ବାନ୍ଧବ କିଏ ଆସିଲେନି

କରୋନା ର ଦ୍ୱାହି ଦେଇ ।


ମାଆ ସମଲେଇ ନିରବେ ରହିଲେ

ଦୁଃଖକୁ ବୁଝିଲେ ନାହିଁ

ସନ୍ତାନ କାନ୍ଦୁଛି ନୂଆଖାଇ ପର୍ବେ

ମାଆ ଦର୍ଶନ ନ ପାଇ ।


ନୀତି ନିୟମରେ ପୂଜା ବିଧି ହେଲା

ନବାର୍ଣ ଭୋଗ ଲଗେଇ

କୋଳାହଳ ନାହିଁ ମାଆଙ୍କ ମନ୍ଦିରେ

ଖାଁ ଖାଁ ଲାଗୁଥାଇ ।


ବରଷକେ ଥରେ ନୂଆଖାଇ ପର୍ବ

ଆସୁଛି ଆନନ୍ଦ ନେଇ

ସେ ଆନନ୍ଦ ଆଜି ଦୁଃଖ ଦେଇଦେଲା

କରୋନା ପ୍ରଭାବ ପାଇଁ ।


ମାଆ ସମଲେଇ କରୁଛୁ ମିନତୀ

ଏତିକି ମାଗୁଣି ରଖିବୁ

କରୋନା କୁ ମାରି ସନ୍ତାନକୁ ତାରି

ପଣତ ଘୋଡେଇ ରଖିବୁ ।


ତମେ ନରଖିଲେ ମାଆ ସମଲେଇ

କିଏବା ଆମକୁ ରଖିବ

ତୁମରି ପଣତ ଛତ୍ରସାୟା ଥିଲେ

କରୋନା ବା କଣ କରିବ ।


ରଖିଲେ ରଖିବ ମରିଲେ ମାରିବ

ଯାହା ଇଚ୍ଛା ତାହା କରିବ

ତୁମ ସନ୍ତାନ ଯଦି ମରିହଜି ଯିବେ

ତୁମେ ମାଆ କାହାପାଇଁ ହୋଇବ ।



Rate this content
Log in

Similar oriya poem from Inspirational