Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract

4  

Rabindra kumar Sahoo

Abstract

ତୁମେ କ'ଣ ଚାହୁଁଛ

ତୁମେ କ'ଣ ଚାହୁଁଛ

1 min
1.6K


   

      ତୁମେ କ'ଣ ଚାହୁଁଛ,

      ତୁମ ପିଲା ହୁଅନ୍ତୁ ବେକାର

      ନ ପାଆନ୍ତୁ କିଛି ରୋଜଗାର

      ନ ପାଆନ୍ତୁ ଉତ୍ତମ ଶିକ୍ଷା

      ନ ପାଆନ୍ତୁ ଉତ୍ତମ ସ୍ଵାସ୍ଥ୍ୟ

      ମାଗନ୍ତୁ ଦାଣ୍ଡେ ବୁଲି ଭିକ୍ଷା ?


      ତୁମେ କ'ଣ ଚାହୁଁଛ,

       ପରିବେଶ ହୋଇଯାଉ ଧ୍ଵଂସ

       ମଣିଷ ଖାଉ ମଣିଷର ମାଂସ

       ଦୟା, ଧର୍ମ, କ୍ଷମା, ମଣିଷ ପଣିଆ

       ସବୁ ହୋଇଯାଉ ଲୋପ

       ଅର୍ଥ ଓ କ୍ଷମତା ପଛେ ଧାଇଁ ଧାଇଁ

        ମାନବିକତା ର ହୋଇଯାଉ ବିଲୋପ ?


     ତୁମେ କ'ଣ ଚାହୁଁଛ,

      ରାଜନୀତି କୁ ନ ଆସନ୍ତୁ ଭଲ ମଣିଷ

      ସବୁ ଆଡେ ବୁଣା ଯାଉ

      ଦୁର୍ନୀତି ଓ ଭ୍ରଷ୍ଟାଚାରର ବିଷ

      ସଭିଙ୍କ ମୁଖୁ ହଜିଯାଉ ହସ

     ଶାନ୍ତି ମୈତ୍ରୀ ସବୁ ହୋଇଯାଉ ଶେଷ

      ଏ ବିଶ୍ଵ ଜୀବଜଗତ 

      ସବୁ ହୋଇଯାଉ ଧ୍ଵଂସ ?


     ତୁମେ କ'ଣ ଚାହୁଁଛ,

     ଅପାରଗ ଆମକୁ କରନ୍ତୁ ଶାସନ

     ଅର୍ଥ ବଳ ବାହୁବଳେ ସେମାନେ

     ସବୁଦିନେ ଆମକୁ କରନ୍ତୁ ଶୋଷଣ

     ରାକ୍ଷସ ପ୍ରକୃତିର ମଣିଷ

     ଶାସନ କରନ୍ତୁ ପଛେ ବିଶ୍ଵ

     ଦେବ ଦୁର୍ଲ୍ଲଭ ଗୁଣ ଓ ସ୍ୱଭାବର ମନୁଷ୍ୟ

     କିବା ଯୁଗେ ଯୁଗେ ହେଉଥିବେ ହତାଶ

     ନ କରିବେ ତାଙ୍କୁ କେ ଆଦର

      ଅର୍ଥର ପ୍ରାଚୁର୍ଯ୍ୟେ ବୁଡିଥିବା ଖଳବଳ

      ବିଶ୍ଵର ଜନଗଣଙ୍କୁ କରୁଥିବେ

      ଖାଲି କ'ଣ କଲବଲ ?


     ତୁମେ କ'ଣ ଚାହୁଁଛ,

     ଦେଶେ ସମାଜେ ଓ ବିଶ୍ଵେ

     ନ ଆସୁ ସଂସ୍କାର

    ଆଇନ୍ କାନୁନ୍ ସବୁରେ ନ ହେଉ

     ଠିକ୍ ବିଚାର

      ଶୋଷଣ, କଷଣ, ଦୁର୍ନୀତି ଓ ଭ୍ରଷ୍ଟାଚାର

      ବିଲୋପ ନ ହେଉ କିପରି ସବୁ ଅତ୍ୟାଚାର ?


     ତୁମେ କ'ଣ ଚାହୁଁଛ,

     ନ ଆସୁ ଶାନ୍ତି

     ନ ଆସୁ ମୈତ୍ରୀ

     ନ ଆସୁ ପ୍ରୀତି

     ନ ଆସୁ ସ୍ନେହ ଶ୍ରଦ୍ଧା

     ନ ଆସୁ ଜନଗଣଙ୍କ ମଧ୍ୟେ

    ନ ବାଜୁ ବିପ୍ଳବର ଭେରୀ

     ମଣିଷ ଖାଲି ଖେଳୁ 

     ମଣିଷ ରକ୍ତରେ ହୋଲି ?


    ତୁମେ କ'ଣ ଚାହୁଁଛ,

     ଆମ ପରିବେଶ

     ଆମ ପ୍ରକୃତି

     ଆମ ପରିବାର

     ଆମ ଗାଁ ସାହି ଭାଇ ପୀରତି

     ସବୁର ହେଉ କି ଇତି

     ଧନୀ କେବଳ ଗାଇବେ

     ବିଜୟର ଗୀତି

     ନିର୍ଦ୍ଧନ ଙ୍କ ନ ରହିବ ସ୍ଥିତି 

     ଭୁଲି ଯିବା ସଭିଏଁ କ'ଣ

    ଆମ ମା, ମାଟି 

     ଆମ ପରିବେଶ ଓ ପ୍ରକୃତି ?


     


Rate this content
Log in

Similar oriya poem from Abstract