ତୁମେ ହିଁ ତୁମେ ପ୍ରଭୁ
ତୁମେ ହିଁ ତୁମେ ପ୍ରଭୁ
ତୁମର ଉପମା ତୁମେ ଏକା ପ୍ରଭୁ
କେହି ନାହିଁ ତୁମପରି
ତୁମେ ସୃଷ୍ଟି କର ବିନାଶ ବି କର
ହାତେ ଧରି ଭାଗ୍ୟ ଡୋରୀ I
ବର୍ଷା ହୋଇ ତୁମେ ଆକାଶରୁ ଝରି
ମୃଗୁଣୀ ଉଦ୍ଧାର କର
ନକ୍ର ନାଶି ଗଜ ଉଦ୍ଧାରଣ ପାଇଁ
ଚକ୍ର ତୁମେ ପେଶି ପାର I
ପ୍ରହଲ୍ଲାଦ କଥା ସତ୍ୟ କର ତୁମେ
ଖମ୍ବରୁ ପ୍ରକଟ ହୋଇ
ଦ୍ରୌପଦୀର ଲଜ୍ଜ୍ୟା ରକ୍ଷାପାଇଁ ତୁମେ
କୋଟି ବସ୍ତ୍ର ପାର ଦେଇ I
ସ୍ୱର୍ଗ ମର୍ତ୍ତ୍ୟ ଆଉ ପାତାଳ ତ୍ରିପୁର
ତୁମ ତିନି ପାଦ ଭୂଇଁ
ବଳୀ ଅହଂକାର ନାଶକର ତୁମେ
ବାମନ ରୂପ ନେଇ I
ବିଶ୍ୱରୂପ ତୁମେ ଦେଖାଇ ଅର୍ଜୁନେ
ମୋହ ଭଙ୍ଗ କରିପାର
ଚଉଦ ବରଷ ବନବାସ କରି
ପିତୃ ସତ୍ୟ ରକ୍ଷାକର I
ଦାସିଆ ବାଉରି ଶ୍ରୀଫଳକୁ ତୁମେ
ସ୍ୱହସ୍ତରେ ପାର ନେଇ
ସାମ୍ୟଶିକ୍ଷା ତୁମେ ଦେଇଅଛ ପ୍ରଭୁ
ଜଗନ୍ନାଥ ଭାବଗ୍ରାହୀ I
