ତୁମେ ଗଲାପରେ
ତୁମେ ଗଲାପରେ


ତୁମେ ଗଲାପରେ ଏ ଆଖିର ଲୁହ
ଯାଇଛି ସାଥି ମୋ ହୋଇ
ତୁମେ ଗଲାପରେ ଏ ରାତିର ଜହ୍ନ
ଜୋଛନା ବି ଢାଳୁନାହିଁ ।
ତୁମେ ଗଲାପରେ ଗୋଲାପର କଣ୍ଟା
ଆଘାତ ସହୁନି ମୁହିଁ
ତୁମେ ଗଲାପରେ ଗୋଲାପି ଚିଠି ବି
ଡାକବାଲା ଦେଉ ନାହିଁ ।
ତୁମେ ଗଲାପରେ ଫଗୁଣରେ ଆଉ
ଲାଗୁନି ପ୍ରୀତିର ନିଆଁ
ତୁମେ ଗଲାପରେ ହଳଦୀ ବସନ୍ତ
ଦେଉନାହିଁ ଧରାଛୁଆଁ ।
ତୁମେ ଗଲାପରେ ମୋ ପ୍ରେମ ପରିଧି
ସେଇଠୁ ରହିଛି ଅଧା
ତୁମେ ଗଲାପରେ କେତେ ମୁଁ ଝୁଣ୍ଟୁଛି
ଯେତେ ସବୁ ଅସୁବିଧା ।