STORYMIRROR

Chinmaya Kumar Nayak

Romance Tragedy

4  

Chinmaya Kumar Nayak

Romance Tragedy

ତୁମେ ଗଲା ପରେ

ତୁମେ ଗଲା ପରେ

1 min
258

ରାତି ବି ମୋ ସାଥେ ସାଜିଛି ବଇରି, 

ପ୍ରିୟ ତୁମେ ଗଲା ପରେ,

ନିଦ ସ୍ୱପ୍ନ ଜହ୍ନ ତାରା ସବୁ ଏଠି, 

କାନ୍ଦନ୍ତି ତୁମ ସ୍ମୃତିରେ ।


ଚିରା କବିତା ମୋ ଇତସ୍ତତଃ ହୋଇ, 

ବିଛଣା ଉପରେ ଖେଳେ,

ଘର କାନ୍ଥ ଛାତ ଚଟାଣ ଧାରରୁ, 

ଅଶ୍ରୁ ଧାର ଧାର ଝରେ ।


ଆଇନା ବି ଆଜି ଅଭିମାନ କରି, 

କ୍ରୋଧେ ଜରଜର ହୁଏ,

ଛିଡା ହୁଏ ଯେବେ ଦେଖିବାକୁ ମୁଖ, 

ତୁମ ମୁଖ ଦିଶିଯାଏ ।


ଝରକା ସେପାଖ ଆମ୍ବଗଛର ସେ, 

କୋରଡ ପଡିଛି ଖାଲି,

ତୁମ ସାଥେ ସାଥେ ହଳଦିବସନ୍ତ, 

ଛାଡି ବି ଯାଇଛି ଚାଲି।


ବରଷା ବି ଆଉ ମୋ ଘର ଛାତକୁ, 

ଆସିବା ଯାଇଛି ଭୁଲି,

କୃଷ୍ଣଚୁଡା ଗଛେ ଫୁଟିଲାଣି ଫୁଲ, 

ବାସୁନାହିଁ ଆଗ ଭଳି।


ମୋ ପ୍ରେମରେ କିଛି ଉଣା ହେଲା ବୋଧେ,

ଆନ ହାତ ଧରି ନେଲ

ତୁମ ଖୁସିରେ ମୁଁ ହେଉଥିବି ଖୁସି 

ତୁମକୁ ପାଇଛି ଭଲ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance