Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Tragedy

4  

Baman Chandra Dixit

Tragedy

ତୁମେ ଗଲା ଦିନୁ

ତୁମେ ଗଲା ଦିନୁ

1 min
256


ପୁଷ୍ପଲତା ଗୋ କୁହ ବାରେ କଥା

ଗୋଲାପୀ ଓଠ ଥରେଇ।

ମୃଦୁ ମଧୁ ଝରା , ହସ ଝରିଯାଉ

ମନୁ ସନ୍ତାପ ନିଭେଇ।


ତୁମେ ଗଲା ଦିନୁ ଆଗୋ ପ୍ରିୟତମା

ଏ ବନେ ଫୁଟେନା କଳି

କୋଇଲିର କଣ୍ଠ ରୁଦ୍ଧ ହୋଇ ଯାଏ

ପାରେନା ଆଉ ବୋବାଳି

ଶୁପ୍ତ ସରାଗ , ଲୁପ୍ତ ପରାଗ

ଫଗୁଣ ଲୁଚିଛି କାହିଁ

ମନ ହୁଏ ହାଇଁ ପାଇଁ ।


ଲୁହକୁ ଆଖିରେ କୋହକୁ ଛାତିରେ

ଅଟକେଇ ରଖି ଥିଲି।

ଦିନ କାଟିଛି ମୁଁ କେମିତି କେମିତି

ରାତିକୁ ବୁଝେଇ ଥିଲି।

ଭିଜା ପଲକ କୁ , ଓଦା ପାପୁଲି ମୋ

ବୁଝେଇ ବି ପାରିନାହିଁ

ତଥାପି ବି ହାରି ନାହିଁ।


ଡହକା ନିଆଁ ର ଝୁଲରେ ଝୁଲସା

ଝାଉଁଳା ଡଳ ରୁ ଫୁଲ।

ତୋଳିବା ପାଇଁ ମୁଁ ହାତ ପତେଇଛି

ପବନ ର ଅତ୍ୟାଚାର।

ହୁତୁ ହୁତୁ ଜଳେ , ନିଆଁ ଛାତି ତଳେ

ତଥାପି ମୁଁ ଜଳି ନାହିଁ

ବସିଛି ତୁମକୁ ଚାହିଁ।


ମଶାଣି ଜୁଈର ଚିତା ପାଉଁଶକୁ

ଖେଳେଇ ଦେଖୁଛି ଆଜି

ଉଡ଼ି ଗଲେ କିଛି ପବନରେ ବାକି

ଲୁହ ରେ ଗଲେ ମୋ ଭିଜି

ଚନ୍ଦନ କରି ସେ , ଭିଜା ପାଉଁଶକୁ

ମଥାରେ ଲଗେଇ ଦେଇ

ବସିଥିବି ବାଟ ଚାହିଁ।


Rate this content
Log in

Similar oriya poem from Tragedy