ତୁମେ ଦେଇଥିବା ସିନ୍ଦୁର
ତୁମେ ଦେଇଥିବା ସିନ୍ଦୁର
ତୁମେ କଣ ଜାଣିବ ଯେ
ମୋ ପାଇଁ କେତେ ଗୂରୁତ୍ବ
ମୋ ମଥାରେ ଦେଇଥିବା
ବିନ୍ଦୁଏ ସିନ୍ଦୁର ର ଦାମ ।
ଏ ସିନ୍ଦୁର ମୋ ମଥାରେ
ନିତି ଚହଟୁଥାଉ
ତୁମ ସ୍ନେହ ମୋ ଜୀବନେ
ନିତି ବରଷୁଥାଉ
ଲାଲ ସିନ୍ଦୁରର ରଙ୍ଗ ଯେମିତି
ଆମ ରକ୍ତ ର ରଙ୍ଗ ସେମିତି ।
ସିନ୍ଦୁରା ପାଟିବା ସୂରୁଜ ଆଉ
ନିଆଁର ରଙ୍ଗ ବି ସେମିତି
କିନ୍ତୁ ସବୁ ଲାଲ ରଙ୍ଗ କଣ
ତୁମ ସିନ୍ଦୁର ରଙ୍ଗ ଭଳି ହେବ ।
ନା ..କେବେ ନୂହଁ ସମ୍ଭବ ନୂହଁ
ସେ ସିନ୍ଦୂର ସଂପୁର୍ଣ୍ଣ ଭିନ୍ନ
ଅତି ପବିତ୍ର ସେ ରଙ୍ଗ ମୋ ପାଇଁ
ଅତି ଆପଣାର ଆଉ ସୁନ୍ଦର ବି ।
ସବୁଦିନେ ଲଗାଇଦିଅନ୍ତ କି
ଅନେକ ଖୁସି ମିଳନ୍ତା ଜୀବନେ
ଶଙ୍ଖା ସିନ୍ଦୁର ଓ ଚୁଡିର ମୂଲ
ଅନ୍ୟ କାହା ସହ ତୁଳନା ନୁହଁ ।
ସେ ଅତୁଳନୀୟ ଅବର୍ଣ୍ଣନୀୟ
ତୁମେ ତାହା ବୁଝିପାରିବନି ।
