STORYMIRROR

Prafulla Chandra Mishra

Abstract Thriller

3  

Prafulla Chandra Mishra

Abstract Thriller

ତୁମେ ଅମୃତ

ତୁମେ ଅମୃତ

1 min
201

କୋଟି ବ୍ରହ୍ମାଣ୍ଡର ନାଥ ହେ

ପଦ୍ମ ଡୋଳା ପଦ୍ମ ନେତ୍ର  ।

ଏ ବିଶ୍ୱ ବ୍ରହ୍ମାଣ୍ଡ ସଜାଇ ଦେଇଛ ରୁଚିରେ 

ସଚରାଚର ତୁମର ପରିଚାର

ରଞ୍ଜାଇ ଦେଇଛ ମହୀରେ

ତୋ ପରି ସାମନ୍ତ ନାହିଁ କାହିଁ ତୁମେ

ଅମୃତ ଚିର ଶାଶ୍ଵତ

ହେ ବିଚିତ୍ର ବିଶ୍ଵ କର୍ମା କୋଟି ବ୍ରହ୍ମାଣ୍ଡର ନାଥ ହେ  ।

ଉଦ୍ଭାସିତ ମହୀ ଅଦ୍ୱିତୀୟ ଦ୍ଵୀତ୍ତି ଚିତ୍ରରେ 

ଚିତ୍ରିତ କରିଲ ବିଶ୍ଵ ଚିନ୍ତାମଣି 

ସୁଧାମୟ ମଧୁରତାରେ

ସେ ମଧୁ ପରଶେ ଆହା କି ସରସେ  

ମଧୁମୟ କଲ ଜଗତ

ହେ ବିଚିତ୍ର କର୍ମା କୋଟି ବ୍ରହ୍ମାଣ୍ଡର ନାଥ ହେ  ।

ଉଲ୍ଲସିତ ଧରା, ଗଗନ, ପବନ ଚଞ୍ଚଳେ

ଚଳମାନ ବିନ୍ଦୁ ଠାରୁ ସିଦ୍ଧୁ, ବନ

କିଟ, ପତଙ୍ଗାଦି ସକଳେ

ଦେହଧରି ଭ୍ରମେ ତୁମରି ଉତ୍ସରେ

ହୋଇ ପରା ଉତ୍ସାହିତ

ହେ ବିଚିତ୍ର କର୍ମା କୋଟି ବ୍ରହ୍ମାଣ୍ଡର ନାଥ ହେ ।

ମହାବାହୁ ବାହୁ ପ୍ରସାରି ଦେଇଛ ସଂସାରେ

ସେହି ମହାବାହୁ ଉହାଡେ ଆଶ୍ରୟ

ଦିଅ ଡାକେ ବସି ଅଦୂରେ

ଆଶ୍ରୟ ଦିଅ ହେ ଆରତୀ ପ୍ରଫୁଲ୍ଲ

ଶୁଣି ଘେନି ଦୀନ ଆରତ

ହେ ବିଚିତ୍ରକର୍ମା କୋଟି ବ୍ରହ୍ମାଣ୍ଡର ନାଥ ହେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract