STORYMIRROR

Prasanna kumar sahu

Fantasy

3  

Prasanna kumar sahu

Fantasy

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
125


ରାଜନୀତି କରି

ବଡ ଲୋକ ତୁମେ

ସମାଜ ସେବୀ ମୁଁ ସାନ,

ଟାଉଟରି ତୁମେ

କରି ସମ୍ମାନୀତ

ନକରି ପାରି ମୁଁ ହିନ।

ମଦ୍ୟପ ସେବାରେ

ତୁମ ଦିନ ବିତେ

ଗାଈ ସେବା କରି ମୋର,

ମଦ ଲାଭରେ ଯେ

ଅଟ୍ଟାଳିକା ତୁମ

ମୋର ଯେ ଚାଳିଆ ଘର।

ଟାଉଟରି କଥା

ତୁମେ କହିପାର

ସତ କଥା ତୁଣ୍ଡେ ମୋର,

ଅନୁଗାମୀ ତୁମ

ଲକ୍ଷ ଲକ୍ଷ ପରା

ଏକା ମୋ ଭାଗ୍ୟ ନିଜର।

କାମିନୀ କାଞ୍ଚନ

ସବୁ ତୁମ ପାଖେ

ମୋ ପାଖରେ ଚାରି ବାଆ

ତୁମ ଲୋଡା ବେଳେ

ଲକ୍ଷ ଲକ୍ଷ ଲୋକ

ମୋତେ ନାହିଁ କେହି ରାହା

ରାଜନେତା ଛାପ

ତୁମରି ଭାଲରେ

ସେବକ ଛାପ ମୋ ନିଜର

ସାତ ପୁରୁଷକୁ

ସମ୍ପତ୍ତି ସଂଚିଛ

ପାଏ ନାହିଁ ମୁଁ ଆହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy