ତୁମେ ଆଉ ମୁଁ
ତୁମେ ଆଉ ମୁଁ
ତୁମେ ଜହ୍ନ ହେଲେ ମୁଁ ହେବି ତୁମ ଜ୍ୟୋସ୍ନା
ତୁମେ ଫୁଲ ହୋଇ ସୌନ୍ଦଯ୍ୟ ଢାଳିଲେ
ମୁଁ ହେବି ତୁମ ବାସ୍ନା ।
ତୁମେ ନଦୀ ଟିଏ ହେଲେ ମୁଁ ହେବି ତୁମ ଝରଣା
ତୁମେ ପକ୍ଷୀ ଟିଏ ହୋଇ ଆକାଶେ ଉଡିଲେ
ମୁଁ ହେବି ତୁମ ଡେଣା ।
ତୁମେ ବଗିଚାର ଟିଏ ହେଲେ ମୁଁ ହେବି ତୁମ ମାଳୀ
ତୁମେ ବଗିଚାର ଶୋଭା ରଙ୍ଗେଇଲେ
ମୁଁ ଦେଉଥିବି ପ୍ରଶଂସା ଢାଳି ।
ତୁମେ ସନ୍ଧ୍ୟା ହେଲେ ମୁଁ ହେବି ତୁମ ରଜନୀ
ତୁମେ କଡ ଲେଉଟାଣି ବାଟ ଦେଖାଇଲେ
ମୁଁ ସାଥେ ଥିବି ସଜନୀ ।
ତୁମେ ଦରିଆ ଟିଏ ହେଲେ ମୁଁ ହେବି ତୁମ ଢେଉ
ତୁମେ ଯେଉଁଠି ବି ଗଲେ ତୁମ ସାଥେ ଥିବି
ଗୀତ ଗାଉଥିବି ତୁମ ନାମ ନେଉ ନେଉ ।
ତୁମେ ଭ୍ରମର ଟିଏ ହେଲେ ମୁଁ ହେବି ତୁମ ଫୁଲ
ତମ ମୋ ଠାରେ ରେଣୁ ପୀରତି ରେ
ମୁଁ ଦେଉଥିବି ତୁମ ପ୍ରେମର ମୂଲ ।
ତୁମେ ଯଦି ମା ଟିଏ ହେବ ମୁଁ ହେବି ତୁମ ଛୁଆ
ତୁମେ କୋଳେ ଶୋଇ ସ୍ନେହ ପାଉଥିବି
ପ୍ରୀତିର ସାଗରରେ ଭାସିଯିବା ନେଇ ପ୍ରେମର ନାଆ ।

