STORYMIRROR

Kamala Satpathy

Thriller

3  

Kamala Satpathy

Thriller

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
204

ତୁମେ କାକର ଭିଜା

ମୁଠାଏ ଗଙ୍ଗଶିଉଳି

ମୁଁ ପାହାନ୍ତି ଆକାଶର

ଦିକ ଦିକ ଜଳୁଥିବା କୁଆଁତାରା

ତୁମେ ମୋତେ ଦେଖ କି ନ ଦେଖ

ମୁଁ କିନ୍ତୁ ଦେଖୁଥାଏ ନିରନ୍ତର

ତୁମ ଫୁଟିବା, ହସିବା, ବାସିବା ସବୁକିଛି

ସାରା ରାତି ନୀରବରେ।


ପରସ୍ପର ଆମେ ଭୟ କରୁ ସକାଳ ସୂର୍ଯ୍ୟକୁ

ଭଲ ଲାଗେ ଆମକୁ

ପୂର୍ଣ୍ଣମୀ ରାତ୍ରିର ଜହ୍ନ

ଆଖି ଆଗରେ ଆମର 

ଦେଖୁ ଦେଖୁ

ଆକାଶରୁ ଚନ୍ଦ୍ର ଯାଇ ଆସିଯାଏ ସୂର୍ଯ୍ୟ!


ତା' ରୁକ୍ଷ ପରଶରେ ତୁମେ

ଝରୁଥାଅ ଗୋଟି ଗୋଟି

ଆଉ ମୁଁ

ଲିଭୁଥାଏ ଧୀରେ ଧୀରେ।


ଆମ ଦୁଇଜଣଙ୍କ ଦୀର୍ଘଶ୍ଵାସରେ

ଉଷୁମି ଯାଉଥାଏ

ଆକାଶର ଛାତି ଆଉ

ଧରାର ଓଦା ଓଦା ମାଟି

ମୋ ମନରେ ଆଶା ଥାଏ ଆଗାମୀ ରାତ୍ରିର

ତୁମେ କିନ୍ତୁ ଶୋଇଯାଅ ଗହଳ ନିଦ୍ରାରେ

ସବୁଦିନ ପାଇଁ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller