STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
150

ତୁମେ ଆଉ ମୁଁ

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,ମଙ୍ଗଳାଯୋଡି,ଖୋର୍ଦ୍ଧା


ତୁମେ ତ ସଜନୀ ପ୍ରୀତି ମନ୍ଦାକିନୀ

ପ୍ରଣୟ ଜାହ୍ନବୀ ଧାର

ମୁଁ ତୁମ ନୀଳ ତରଙ୍ଗ ଅଙ୍ଗରେ

ଅମାନିଆ଼ଁ ଢେଉ ମାଳ


ତୁମେ ସଜଫୁଟା ପ୍ରୀତି ର ଗୋଲାପ

ପ୍ରଣୟ ସବୁଜ ଡାଳେ

ମୁଁ ଅମାନିଆଁ କାଳିଆ ଭଅଁର

ଗୁଣୁ ଗୁଣୁ ତାନେ ଉଡେ


ତୁମେ ସବୁଜିମା ପ୍ରୀତି ର ଗାଲିଚା

ପ୍ରଣୟ ତାରକା ଫୁଟେ

ମୁଁ ପୁନେଇଁ ର ଜହ୍ନ ଗୋ ସଖୀ

ଜୋଛନା ଆଲୋକ ବାଣ୍ଟେ


ତୁମେ ଅମାନିଆ ପାହାଡି ଝରଣା

ମୁଁ ତ ବନ୍ଧୁର ପଥ

କୁଳୁକୁଳୁ ଗୀତ ଗାଇ ସତେ ସହୀ

କର ମୋତେ ରୋମାଞ୍ଚିତ


ପ୍ରୀତି ସରସୀ ରେ ତୁମେ ପ୍ରଷ୍ଫୁଟିତ

ପ୍ରେମର ନିରଜ କଳି

ପ୍ରଜାତି ଆକାଶେ ମୁଁ ଯେ ଉଦିତ

ସକାଳର କରମାଳି


ମୁଁ ନୂଆ ମେଘ ନୀଳ ଗାଗନର

ତୁମେ ତ ବନର ମୟୂରୀ

ଉଦ୍ଭାସିତ ହେଲେ ପହିଲି ଆଷାଢେ

ନାଚ ସଖୀ ପୁଚ୍ଛ ତୋଳି


ଅଭିନ୍ନ ଏ ପ୍ରେମ ପବିତ୍ର ପ୍ରଣୟ

ବିଧିର ନିର୍ବନ୍ଧ ଏହି

ମୁଁ ଆଉ ତୁମ ସାଶ୍ଵତ ପ୍ରେମ କୁ

ନିହିତ କରିଛି ବିହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract