STORYMIRROR

Paramita Sarangi

Romance

3  

Paramita Sarangi

Romance

ତୁମେ ଆସୁଛ କି ?

ତୁମେ ଆସୁଛ କି ?

1 min
1.1K



ଜୀବନ ଟା ଜୀବନ କୁ ଡାକୁଥିଲା

ମୋ ଖାଲିପଣ ଭିତରେ

ନିଦ କୁ ମୋର

ରାତି ଟା ଅଳ୍ପ ଅଳ୍ପ କରି

ଚୋରେଇ ଚାଲିଥିଲା।


ତୁମ ଭିତରେ ବ୍ୟାପି ରହିବାର ଇଛା ଟା

ଯାହା ଦେଖାଯାଉ ନ ଥିଲା

ଯାହା ଶୁଣା ଯାଉ ନ ଥିଲା

ମୋ ଏକୁଟିଆ ପଣ ର ବିକଳ ସ୍ୱର

ଆକାଶ କୁ ଖଣ୍ଡ ଖଣ୍ଡ କରି

ତରଳାଇ ଚାଲିଥିଲା


ଆତ୍ମା ର ଉପତ୍ୟକା ରେ ନଦୀ ଟିଏ

ବହିବାକୁ ଉଚ୍ଛନ୍ନ, କାହିଁ କେତେ

ବର୍ଷ ତଳୁ ନିଜ ଭିତରେ

ଉଚ୍ଚାରିତ ଶବ୍ଦଟି କୁ ନ ଶୁଣି ପାରିବାର

ଅପାରଗତା ମୋର

ଅର୍ନିଦିଷ୍ଟ କାଳ ରୁ ଖୋଜୁଛି

ସେଇ ମୟୁର ପକ୍ଷୀ ଧାରୀ ପ୍ରତିକୃତି କୁ

ଦୁଇ ଆଖି ର ବଳୟ ଭିତରେ,


ପରିବ୍ୟାପ୍ତ ଆମ ସଂପର୍କ

ଅପରିମିତ

ସକାଳୁ ସଂଜ ପର୍ଯ୍ୟନ୍ତ

ବିନ୍ଦୁ ରୁ ସାଗର ପର୍ଯ୍ୟନ୍ତ

ପୃଥିବୀ ରୁ ଚନ୍ଦ୍ର ପର୍ଯ୍ୟନ୍ତ

ଏ ଯୁଗରୁ ସେ ଯୁଗ ପର୍ଯ୍ୟନ୍ତ

ଏ ବିଶ୍ୱ ରୁ ଅନ୍ୟ ଏକ ବିଶ୍ବ ପର୍ଯ୍ୟନ୍ତ


ତୁମ ପାଦ ଶବ୍ଦ

ଠିକ୍ ମୋ ହୃଦୟ ର ସ୍ପନ୍ଦନ ପରି

ତୁମେ ଆସୁଛ କି?


ଶୁନ୍ୟ ଇଲାକା ର ସ୍ଵପ୍ନ ପରି

ମୋ ଅନୁଭବ ତୁମ ସହ

ତୁମେ ଧରିଛ ହାତ କୁ ମୋର

ଚାହୁଁ ଚାହୁଁ

ତୁମ ଆଙ୍ଗୁଠି ଗୁଡିକ

ପରିଣତ ହୋଇ ଗଲା

ମୋ ହାତ ର କେତୋଟି ଶଂଖା ରେ

ତୁମ ଇଛା ଗୁଡିକ

ରକ୍ତ ବର୍ଣ ର ରୂପ ନେଇ

ଜମି ଗଲା ମଥା ରେ ମୋର


ଆସ କିଛି ଆଙ୍କିବା

ସେ ନିରବ ପଣ ଭିତରୁ

ଅନେକ କିଛି କହୁଥିବା ସେହି

ରାତି କୁ ନେଇ, ଯେଉଁ ରାତି ଟା

ଚୋରେଇ ଚାଲିଛି ଅଳ୍ପ ଅଳ୍ପ କରି

ନିଦ କୁ ମୋର।


ପାରମିତା ଷଡ଼ଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance