STORYMIRROR

Sabita Nayak

Inspirational

4  

Sabita Nayak

Inspirational

ତୁମେ ଆଗେଇଚାଲ

ତୁମେ ଆଗେଇଚାଲ

1 min
559

ତୁମେ ଆଗେଇ ଚାଲ 

ଚଲାପଥରେ କେବେ କଣ୍ଟା ଆସିବ 

କେବେ ଫୁଲ ଆସିବ 

କଣ୍ଟାର ଆଘାତ ପାଇ

ରହିଯାଅନା 

ଫୁଲର ମୋହରେ ବାଟବଣା ହୁଅନା 

ବାସ୍ ତୁମେ ଆଗେଇଚାଲ । 


କେବେ ଲୋକେ ତାଳି ମାରିବେ

କେବେ ପୁଣି ଗାଳି କରିବେ 

ହାତ ତାଙ୍କର 

ପାଟି ତାଙ୍କର 

ରୋକିବ କିଏ?

ତାଳିରେ ହଜିଯାଅନା 

ଗାଳିରେ ଭାଙ୍ଖିପଡନା 

ବାସ୍ ତୁମେ ଆଗେଇଚାଲ । 


କେବେ ରାସ୍ତା ଶୁନ୍ ଶାନ୍

କେବେ ଭିଡ ଖାଲି ଭିଡ

ଏଇତ ଜୀବନ 

ଏଇତ ଖେଳ

ତୁମେ ଶୁନ୍ ଶାନ୍ ରାସ୍ତାରେ 

ଏକା ଚାଲିବା ଶିଖ 

ଭିଡର ଚକ୍ରବ୍ୟୁହ ଭେଦକରି 

ଆଗକୁ ଯିବାର ସାହସ ରଖ

ବାସ୍ ତୁମେ ଆଗେଇଚାଲ । 


କେବେ ପ୍ରେମର ମଧୁ ସଙ୍ଗୀତ ବାଜିବ 

କେବେ ପ୍ରତାରଣାର ଗଜଲ୍ 

ପ୍ରେମର ସମ୍ମୋହନରେ ମଜ୍ଜିଯାଅନା 

ପ୍ରତାରଣାର ଅଗ୍ନିରେ ଜଳିଯାଅନା 

ତୁମେ କେବଳ ତୁମର ହୋଇରୁହ 

ନିର୍ବିକାର ନିଶ୍ଚଳ

ନିଜ ମନର ସମ୍ରାଟ 

ବାସ୍ ଆଗେଇଚାଲ ।


କେବେ ବୈଶାଖୀର ଝଡତୋଫାନ

କେବେ ମଳୟର ମଧୂପବନ

ମନ,ତୁ ହୁଅ ଗୌତମ ବୁଦ୍ଧ

ଚଳାଅ ବୁଦ୍ଧିର ଅସ୍ତ୍ର

ସମୟ ନୂହେଁଟି ସ୍ଥିର

ଚିତ୍ତ ନ କର ଅସ୍ଥିର

ବାସ୍ ତୁ ଆଗେଇଚାଲ ।


Rate this content
Log in

Similar oriya poem from Inspirational