ତୁମ ସ୍ରଷ୍ଟା କିଏ?
ତୁମ ସ୍ରଷ୍ଟା କିଏ?
ମୁଁ (ତୁମ)ସୃଷ୍ଟି ....
ତୁମେ ସ୍ରଷ୍ଟା
ତୁମର ସ୍ରଷ୍ଟା କିଏ ???
ମୁଁ ଭବ ...
ତୁମେ ଭଗବାନ
ତୁମ ଭଗବାନ କିଏ ??
ମୁଁ ଅଜ୍ଞ ...
ତୁମେ ବିଜ୍ଞ
ତୁମ ଗୁରୁ କିଏ ?
ମୁଁ ନଶ୍ବର ବୋଲିତ ତୁମେ ଇଶ୍ବର ।
ତୁମକୁ ସର୍ବଜ୍ଞର ଆଖ୍ଯା ଦେଇ,
ମୁଁ ଅଜ୍ଞନତା ବରିଛି ।
ତୁମକୁ ଶ୍ରେଷ୍ଠତା ଦେଇ ନୀଚତା ବରିଛି ।
ତୁମକୁ ପାପ ଦେଇ ମୁଁ ପାପୀ ସାଜିଛି ।
ତୁମେ ନ ଥିଲେ ମୁଁ କଣ କେବେ,
ପାପ କରିଥାନ୍ତି ।
ସବୁ ପାପରୁ କ୍ଷାନ୍ତ ପାଇଁ
ମୁଁ ଇଶ୍ବର ପୁଜୁଛି ।
ସବୁ ସେ କରନ୍ତି ବୋଲି କହି,
ତାଙ୍କୁ ସବୁ ଦୋଷ ଦେଇ
ଯେତେ ପାପ କରି,
ତାଙ୍କୁ ପକ୍ଷଭୂକ୍ତ କରିଚି
କାରଣ ସବୁ ମୁଁ କରୁଚି
ଇଶ୍ବରଙ୍କ ନାମେ ।
-align-center">ମୁଁ' ମୋ' ସ୍ରଷ୍ଟା କହି,
ତୁମ ସୃଷ୍ଟିକୁ ବିବର୍ଣ୍ଣ କରୁଛି ।
ତୁମକୁ ମହାବିଜ୍ଞ କହି,
ଅଜ୍ଞାନତାରେ ବୁଡି ରହିଛି ।
ଅନ୍ଯାୟ ଅନୀତିକୁ ଭୃକ୍ଷେପ ନକରି,
ବିପଥ ଗାମୀ ହେଉଛି ।
ତୁମେ ମୋତେ ଅନୁପ୍ରାଣିତ କର
କହି ମୁଁ ପ୍ରେରିତ ହେଉଛି
ତେବେ ସତରେ ଏସବୁ ମୁଁ ନା
ଇଶ୍ବର କରୁଛନ୍ତି ।
ଇଶ୍ବର ମୋତେ ଗଢିଛନ୍ତି
ମୁଁ କଣ ତାକୁଂ ଗଢିଛି।
ଗଢିଛି ବୋଲିତ ତାକୁଂ
ପଥର ମୂଣ୍ମୟୀ କାଷ୍ଟ ପିତୁଳାର ରୂପ ଦେଇଛି ।
ନିରାକାରରୁ ସାକାର ରୂପ ମୁଁ ଦେଇଛି ।
ମୁଁ ଇଶ୍ବରକଂ ରୂପକୁ ଜନ୍ମ ଦେଇଛି
ଏଇ ହାତେ ଗଢିଛି ।
କଳ୍ପନାରେ ନୁହେଁ ବାସ୍ତବତା
ଚିନ୍ତା ଓ ଚେତନାରେ ସମସ୍ତକୁଂ
ଅନୁପ୍ରେରିତ କରିଛି ।
ମୁଁ ମାନବ ହୋଇ ବି ଇଶ୍ବରକୁଂ ସୃଷ୍ଟି କରିଛି ।
ଆଉ ଇଶ୍ବର ମୋତେ ସୃଷ୍ଟି କରିଛନ୍ତି ।
ମୋ'ଭିତରେ ସେ,ତାଙ୍କ ଭିତରେ ମୁଁ ଅଛି ।
ସେ' ମୋ ସ୍ରଷ୍ଟା, ତାଙ୍କ ସ୍ରଷ୍ଟା....???