STORYMIRROR

namita jena

Abstract Romance

3  

namita jena

Abstract Romance

ତୁମ ସ୍ମୃତିରେ

ତୁମ ସ୍ମୃତିରେ

1 min
12.2K

କାଲିକୁ କ'ଣ ହେବ କିଏ ବା କହିବ?

କାହାକୁ ଯିବାକୁ ହେବ କିଏ ବା ରହିବ।

ମୁଁ ରହେ ନରହେ ମୋ ସ୍ମୃତି ଯିବ ରହି।

ଭୁଲିପାରିବନି ମୋତେ ଦେଉଛି

ମୁଁ କହି... ।

କୋଇଲି କହିବ କୁହୁ ଯେବେ ତୁମ କାନେ,

ବାଟ ଚାଲୁ ଚାଲୁ ମୋ କଥା 

ପଡ଼ି ଯିବ ମନେ।

ସେବେଳରେ ମୁଖୁ ତୁମ

ମୋ ନାଁ ଆସିବ ବାହାରି,

ପାଖରେ ନଥିବି ସିନା

ତୁମ କଣ୍ଠ ଶବ୍ଦ ଶୁଣୁଥିବି କାନ ଡେରି।

ସମୁଦ୍ର କୂଳରେ ତୁମେ ଯେବେ

ବୁଲୁଥିବ,

ମୋର ସ୍ମୃତି ଶାମୁକା ତୁମେ

ପାଦେ ଛୁଉଁଥିବ।

ଶୀତଳ ମଳୟ ହୋଇ ତୁମ ଦେହ ଯିବି ଛୁଇଁ ଛୁଇଁ।

ମୋ ଦେହର ବାସ୍ନା ତୁମ

ଦେହେ ଯିବ ନେସି ହୋଇ।

ସେ ଶୀତୁଆ ସନ୍ଧ୍ୟା ତୁମ

ଯିବ ମନେ ପଡ଼ି।

ଚାଲିଥିଲେ ଦୁଇପାଦ

ହୋଇ ହାତ ଧରାଧରି।

ଏସବୁ ମଧୁର ସ୍ମୃତି ନେଇ ଯିବି ଫେରି।

ସାଥୀରେ! ଯାହାକୁ ମୁଁ ଦିନ ରାତି

ହେଉଅଛି ଝୁରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract